Mon. Feb 24th, 2025

ବରିଷ୍ଠ ମାଓ ନେତଙ୍କ ଉପରେ ଅଙ୍କୁଶ ଲାଗିବ ;  ତାଲିକାରେ ୨୦ ମାଓ ନେତା।

By amfnews Sep 7, 2018 #Featured
248 Views

ନୂଆଦିଲ୍ଲୀ   :   ଆଗାମୀ ଦିନରେ ମାଓବାଦୀଙ୍କ ଉପରେ ଅଙ୍କୁଶକୁ କଠୋର କରିବାକୁ ସୁରକ୍ଷା ଏଜେନ୍ସି ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। କୁଖ୍ୟାତ ମାଓ କମାଣ୍ଡରଙ୍କୁ ଗିରଫ କରିବା ନିମନ୍ତେ ଅପରେସନ “ପ୍ରହାର-୩’ ଖୁବଶୀଘ୍ର ଆରମ୍ଭ ହବାକୁ ଯାଉଛି।। ମାଓ କମାଣ୍ଡର ମୁଖ୍ୟତଃ ନିରୀହ ଯୁବକ ଯୁବତୀଙ୍କୁ ପ୍ରବର୍ତ୍ତାଇ  ସେମାନଙ୍କୁ ମାଓ ସଂଗଠନରେ ସାମିଲ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସି ପକ୍ଷରୁ ୨୦ଟପ୍‍ ମାଓ କମାଣ୍ଡରଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାର ସବୁଠାରୁ ଆଗରେ ଛତିଶଗଡ଼ର ମାଓ କମାଣ୍ଡର ହିଡ଼ମାର ନାମ ରହିଛି। ସୁକମା ଜଙ୍ଗଲରେ ହିଡମା ଲୁଚି ରହି ମାଓ କାର୍ଯ୍ୟକଳାପର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି। ଛତିଶଗଡ଼ର ଏହି ମାଓ କମାଣ୍ଡରମାନେ ସେମାନଙ୍କ ଗତିବିଧି ବୃଦ୍ଧି କରି ଚାଲିଥିବାବେଳେ ସେମାନଙ୍କୁ ନୂଆ ରଣନୀତି ଅନ୍ତର୍ଗତ ଆତ୍ମସମର୍ପଣ ପାଇଁ ବାଧ୍ୟ କରିବା ନଚେତ ଗିରଫ କରିବାକୁ ଚୂଡ଼ାନ୍ତ କରିଛି ସୁରକ୍ଷା ଏଜେନ୍ସି।
ନିମ୍ନୋକ୍ତ ମାଓ କମାଣ୍ଡର ମାନେ ବିଭିନ୍ନ ରାଜ୍ୟରେ ନିଜର ପତିଆରା ଖେଳାଇଛନ୍ତି।
ମାଓ କମାଣ୍ଡର ମାନେ ହେଲେ–
୧: ମୁପ୍ଲା ଲକ୍ମନା ରାଓ,ଛତିଶଗଡ଼
୨. ପ୍ରଶାନ୍ତ ବୋଷ,ଝାଡ଼ଖଣ୍ଡର ସାରଣ୍ଡା ଜଙ୍ଗଲ
୩. ନମ୍ବଲା କେଶବ ରାଓ ନାମକ ମାଓ କେନ୍ଦ୍ରୀୟ କମିଟି ସଦସ୍ୟ ଭାବେ,ଛତିଶଗଡ଼
୪. ମଲରାଜି ରେଡ୍ଡି ଛତିଶଗଡ଼,ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା
୫. ମଲଜୁଲା ବେଣୁଗୋପାଲ,ଛତିଶଗଡ଼, ମହାରାଷ୍ଟ୍ର
୬. କାଟାକମ ସୁରଦର୍ଶନ,ଛତିଶଗଡ଼
୭. ମିସିର ବେସ୍ରା,ଝାଡ଼ଖଣ୍ଡ
୮. ଚାନ୍ଦରୀ,ଝାଡ଼ଖଣ୍ଡ
୯. ଥୀପାନୀ ଥିରୁପତି,ଛତିଶଗଡ଼
୧୦. ଅକ୍କି ରାଜ, ହରଗୋପାଳ ଆନ୍ଧ୍ର ଓ ଓଡ଼ିଶା
୧୧. କଦାରାତ ସତ୍ୟନାରାୟଣ ରେଡ୍ଡି,ଛତିଶଗଡ
୧୨. ପଲୁରି ପ୍ରସାଦ ରାଓ ଛତିଶଗଡ଼ ଓ ତେଲେଙ୍ଗାନା
୧୩. ମାଣ୍ଡମ ବାଲାକୃଷ୍ଣ,ଓଡ଼ିଶା
୧୪. ମିଲିନ୍ଦ ତେଲତୁବଡ଼େ ଛତିଶଗଡ଼ ଓ ମହାରାଷ୍ଟ୍ର
୧୫. ରାମନ୍ନା, ଛତିଶଗଡ଼
୧୬. ସୁଧାକର, ଝାଡ଼ଖଣ୍ଡ
୧୭. ପରବେଜ, ବିହାର
୧୮. ଅସୀମ ମଣ୍ଡଳ, ପଶ୍ଚିମବଙ୍ଗ
୧୯. ହରି ଭୂଷଣ, ଛତିଶଗଡ଼
୨୦. ହିଡମା  ଛତିଶଗଡ଼ର ପିଏଲଜିଏ ୧ର କୁଖ୍ୟାତ ମାଓ ନେତା ଭାବେ ପରିଚିତ।

By amfnews

Related Post