Fri. Mar 6th, 2026

ବରିଷ୍ଠ ଆଇନ୍ଜୀବୀଙ୍କ ବିୟୋଗରେ କଂଗ୍ରେସର ଶୋକ

245 Views

ରାଉରକେଲା, ୧ା୮ (): ବିଶିଷ୍ଠ ଆଇନ୍ଜୀବୀ, ସମାଜସେବୀ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଯଜେ୍ଞଶ୍ୱର ମହାପାତ୍ରଙ୍କ ବିୟୋଗରେ ଜିଲା କଂଗ୍ରେସ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଜିଲା କଂଗ୍ରେସ ପକ୍ଷରୁ ଯେଉଁମାନେ ଶୋକ ପ୍ରକାଶ କରିଛନ୍ତି ସେମାନଙ୍କ ମଧ୍ୟରେ ଜିଲା ସଭାପତି ରବି ରାୟ, ସବୀର ହୁସେନ, ବରିଷ୍ଠ କଂଗ୍ରେସ ନେତା ଅଜିତ ସାମଲ, ବରିୟମ ସିଂ, ବାସୁ ବାନାର୍ଜୀ, ଶିବୁ ସାହୁ, ଆର୍.ପି. ସିଂ, ଭାସ୍କର ଖିଲାର, ଯୁବକଂଗ୍ରେସ ନେତା ପ୍ରଦୀପ ବେହେରା, ସନ୍ଦୀପନ ମହାପାତ୍ର, କଂଗ୍ରେସ ନେତା ସୋମନାଥ ପଣ୍ଡା, ଏମ୍.ଏସ୍. ଗୁପ୍ତା, ସୁଶୀଲ ମହାନ୍ତ, ଶଙ୍କର ଅଗ୍ରୱାଲ ଏବଂ ଅନ୍ୟମାନେ ସ୍ୱର୍ଗତ ମହାପାତ୍ରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

By amfnews

Related Post