Sun. Mar 8th, 2026

ବମ୍ଫକୁଦରେ ଭେଜାଲ ଖାଇବା ତେଲ କାରଖାନାରେ ଚଢ଼ାଉ: ଜଣେ ଗିରଫ

273 Views

କଟକ  : ବୁଧବାର ସକାଳେ କଟକ ସଦର ପୁଲିସ ଫୁଲନଖରା ଅନ୍ତର୍ଗତ ବମ୍ଫକୁଦ ଅଞ୍ଚଳରେ ଚାଲିଥିବା ଗୋଟାଏ ଭେଜାଲ ଖାଇବା ତେଲ କାରଖାନାରେ ଚଢ଼ାଉ କରି ଜଣକୁ ଗିରଫ କରିଛି। ବିଶେଷସୂତ୍ରରୁ ଖବର ପାଇ ପୁଲିସ ଆଜି ପ୍ରତ୍ୟୁଷରେ ସେ କାରଖାନାରେ ପଶି ପ୍ରାୟ ୩୦, ୦୦୦ ଲିଟର ଭେଜାଲ ଖାଇବା ତେଲ ଜବତ କରିଛି। ଏହି ତେଲ ପଶିଥିବା ଟିଣଗୁଡ଼ିକରେ ବିଭିନ୍ନ କମ୍ପାନିର ଲେବଲ୍‌ ଲଗାଯାଇଥିଲା। ତେଲ ବ୍ୟତିରେକ, ପୁଲିସ ସେଠାରୁ କେତେଗୁଡ଼ିଏ ପାତ୍ର, ବିଭିନ୍ନ କମ୍ପାନି ନାମରେ ଛାପା ଯାଇଥିବା ଲେବଲ୍‌ ଆଦି ଜବତ କରିଛି।

ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ଜଗୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଏବଂ ତାଙ୍କର ଅନ୍ୟ ସହଯୋଗୀମାନଙ୍କୁ ଧରିବାକୁ ତଲାସ ଅଭିଯାନ ଆରମ୍ଭ କରିଛି। ଘଟଣା ସଂକ୍ରାନ୍ତରେ ପୁଲିସ ଅଧିକ ତଦନ୍ତ ଚଳାଇଛି।

By amfnews

Related Post