184 Views
ରାୟଗଡ଼ା : ଲଗାଣ ବର୍ଷାରେ ବେହାଲ୍ ହୋଇ ପଡ଼ିଛି ରାୟଗଡ଼ା ଜିଲ୍ଲା । ହାଟ ମୁନିଗାଡା ବ୍ଳକର ମାଳିଶିରିପୁର-ପରିଡିଗୁଡା ରାସ୍ତାରେ ଏକ ପୋଲ ଧୋଇ ହୋଇଯାଇଛି । ଫଳରେ ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
ସେହିପରି କୋଲନରା ବ୍ଳକର ଖମାସିଂରେ ମଧ୍ୟ ରାସ୍ତା ଧୋଇ ଯାଇଛି । ଏଥିଯୋଗୁ ବଡଖିଲାପଦର ଓ ଖମାସିଂ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତା ଧୋଇ ହୋଇଯିବା କାରଣରୁ ୧୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ସେହିପରି ଯୁଗପଦରରେ ଥିବା ବଡ ନାଳ ପୋଲ ଭାସିଯାଇଛି । ଫଳରେ ଯୁଗପଦର ଓ ମେରିଙ୍ଗ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।