ମାଲକାନଗିରି : ଲଗାଣ ବର୍ଷାରେ ପୁଣି ଭାସିଲା ମାଲାକାନଗିରି । ଲଗାଣ ବର୍ଷା ଯୋଗୁଁ ବାହ୍ୟଜଗତରୁ ବିଛିନ୍ନ ହୋଇଛି ମାଲକାନଗିରି ଜିଲ୍ଲା । ପ୍ରବଳ ବର୍ଷା ଯୋଗୁଁ ପୋଟେରୁ, କାଙ୍ଗୁରକୋଣ୍ଡା ପୋଲ ଉପରେ ୩ରୁ ୫ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି । ସେହିପରି କୋରୁକୋଣ୍ଡା ଓ ତାଲାକୋଟା ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି ।
ମାଲକାନଗିରି ବାଲିମେଳାକୁ ଯୋଗାଯୋଗ ବିଛିନ୍ନ ହୋଇଛି । ବିଭିନ୍ନ ସ୍ଥାନରେ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି । ବନ୍ୟା ସମ୍ଭାବିତ ଅଂଚଳରେ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଛନ୍ତି । ସାବେରୀ ନଦୀ ମଧ୍ୟ ଫୁଲି ମୋଟୁ ଅଂଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସେହିପରି କାଲିମେଳାରେ ପ୍ରବଳ ବର୍ଷା ଲାଗିରହିଛି ।
ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ଜଳ ପ୍ରଭାହିତ ହେଉଛି । ଫଳରେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି କାଲିମେଳା । ପାଣିପାଗ ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାରେ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ କଲେଜ ଛୁଟି ଘୋଷଣା କରିଛନ୍ତି ।