Sat. Mar 7th, 2026

ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରୀୟ ଟିମ୍

211 Views

ଭୁବନେଶ୍ୱର, ସେପ୍ଟେମ୍ବର ୧୬ : ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଆଜି ଓଡ଼ିଶା ଆସିଛନ୍ତି କେନ୍ଦ୍ରୀୟ ଟିମ୍‌। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି।

ଏହି ଅଧିକାରୀମାନେ ଓଡ଼ିଶାରେ ୨ଦିନ ରହି ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଆକଳନ କରିବେ।ଲଗାଣ ବର୍ଷା ଫଳରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ସବୁଠୁ ଅଧିକ ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଓ ପୁରୀ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି।

ଏହି ୪ ଜିଲ୍ଲାକୁ ୨ଟିମ୍‌ରେ ଅଲଗା ଅଲଗା ଗସ୍ତ କରିବେ। ଗୋଟିଏ ଟିମ୍‌ ଭଦ୍ରକ, ଯାଜପୁର ଗସ୍ତ କରିବେ ଓ ଅନ୍ୟ ଟିମ୍‌ କେନ୍ଦ୍ରପଡ଼ା, ପୁରୀ ଯିବେ।

By amfnews

Related Post