ଯାଜପୁର: କେବଳ ମଣିଷ ନୁହେଁ ବରଂ ଜୀବଜନ୍ତୁ ମଧ୍ୟ ବନ୍ଧୁତା ଉପରେ ବିଶ୍ୱାସ ରଖନ୍ତି । ଧନ ସମ୍ପଦ ଅପେକ୍ଷା ବନ୍ଧୁତା ସର୍ବଦା ମୂଲ୍ୟବାନ । ଭଲ ବନ୍ଧୁ ଭାଗ୍ୟବାନ ମଣିଷକୁ ମିଳିଥାଏ । ବନ୍ଧୁତା ହେଉଛି ଶ୍ରେଷ୍ଠ ସମ୍ପଦ ବୋଲି ଜେନାପୁର ଥାନା ଅନ୍ତର୍ଗତ କଲାଣ୍ଡ ହାଇସ୍କୁଲ ୧୯୯୭ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନରେ ମତ ପ୍ରକାଶ ପାଇଛି । ଯୁଗଳ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବନ୍ଧୁ ମିଳନରେ ବ୍ୟକ୍ତିଗତ ଏବଂ ସମାଜିକ ବିକାଶ ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ମତ ପ୍ରକାଶ ପାଇଥିଲା । ଏହାସହ ପ୍ରତ୍ୟେକ ନିଜ ନିଜ ଭିତରେ ସାହାର୍ଯ୍ୟ ସହଯୋଗ କରିବାର ମାନସିକତା ନେଇ କାର୍ଯ୍ୟ କରିବାକୁ ମତ ପ୍ରକାଶ ପାଇଥିଲା । ଏଥିରେ ନିକଟସ୍ଥ ତାଳଜଙ୍ଗ, ରେଖିଦେଇପୁର, ମାଳହାଟ, ରାମପୁର କଇଥା, ବିଛାଖଣ୍ଡୀ ଆଦି ଗ୍ରାମର ପୁରାତନ ଛାତ୍ର ଛାତ୍ରୀମାନେ ସେମାନଙ୍କ ପରିବାର ସହ ଯୋଗ ଦେଇଥିଲେ । ଏଥିରେ ଜୟରାମ, ମନୋଜ, ପ୍ରମୋଦ, ଦୀପକ, ବୀରବର, ସଞ୍ଜୟ ପ୍ରମୁଖ ଯୋଗଦେଇ ମତ ପ୍ରଦାନ କରିଥିଲେ ।
246 Views