108 Views
ରାଉରକେଲା, ୨୩ା୧୨ : ଭାରତୀୟ ଜନତା ପାର୍ଟି ରାଜ୍ୟ ସମ୍ପାଦକ ଧିରେନ ସେନାପତି, ପୂର୍ବତନ କାଉନସିଲର ପ୍ରମିଳା ସୋନାଙ୍କ ସହ ବନ୍ଧମୁଣ୍ଡା ଅଞ୍ଚଳର ଏକ ପ୍ରତିନିଧି ମଣ୍ଡଳୀ ରାଉରକେଲା ଉଦିତନଗର ସ୍ଥିତ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ସାକ୍ଷାତ କରି ବନ୍ଧମୁଣ୍ଡା ସେକ୍ଟର-ବି, ଗାନ୍ଧୀନଗର ଅଞ୍ଚଳରେ ଡ୍ରେନ୍ ନଥିବାରୁ ପାଣି ଜମି ରହି ରାସ୍ତା ଖରାପ ହେବା ସହ ଘରମାନଙ୍କରେ ରାସ୍ତାପାଣି ପଶିଯାଉଛି ବୋଲି ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
ଏଥିସହ ମୁଖ୍ୟ ରାସ୍ତାରେ ଥିବା ଡ୍ରେନ୍କୁ ସଫା କରିବା ସହିତ ମରାମତି ପାଇଁ ଦାବି ପ୍ରତିନିଧି ମଣ୍ଡଳୀ ଦାବି କରିଥିଲା । ନିର୍ବାହୀ ଯନ୍ତ୍ରୀ ଏ ସମ୍ପର୍କରେ ଅବଗତ ହୋଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିନିଧି ମଣ୍ଡଳୀକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ୱାର୍ଡ ନଂ.୨୪ର ନିର୍ମଳା ବିଶ୍ୱାଳ, ସୁମିତ୍ରା ମିଞ୍ଜ, ଘରିମା ଲତା, ଉଷା ଦେବୀ, ଏମ୍.ସନ୍ତୋଷି, ରୀନା ଦାଶ, ନିତୁ ଯାଦବ ପ୍ରଭୃତି ସାମିଲ୍ ଥିଲେ ।