234 Views
ସମ୍ୱଲପୁର, ସେପ୍ଟେମ୍ୱର ୧ : ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍ । ହୀରାକୁଦ ଉପର ମୁଣ୍ଡରେ ଜଳ ପ୍ରବାହ କମୁଥିବାରୁ ବର୍ତ୍ତମାନ ଡ୍ୟାମରେ ବନ୍ୟା ପାଣିର ପ୍ରବେଶ କମିଛି ଫଳରେ ତଳ ମୁଣ୍ଡରେ ଜଳ ପ୍ରବାହକୁ କମ୍ କରିବା ପାଇଁ ଡ୍ୟାମ୍ର ଗେଟ୍ ବନ୍ଦ କରାଯାଉଛି ।
ବର୍ତ୍ତମାନ ହୀରାକୁଦର ମୋଟ୍ ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଡ୍ୟାମ୍ର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଏବେ ଜଳସ୍ତର ୬୨୫.୯୧ ଫୁଟ୍ ରହିଛି। ହୀରାକୁଦ ଡ୍ୟାମ୍କୁ ୩ ଲକ୍ଷ ୬୨ ହଜାର ୮୮୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଡ୍ୟାମ୍ରୁ ୫ ଲକ୍ଷ ୨୮ ହଜାର ୬୧ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।