Sun. Mar 8th, 2026

ବଦଳିର ପୁନର୍ବିଚାର ନ ହେବା ଫଳରେ ଇସ୍ତଫା ଦେଲେ ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଜୟା କେ ତାହିଲରମଣୀ

279 Views

ଚେନ୍ନାଇ  :  ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଜୟା କେ ତାହିଲରମଣୀ ନିଜ ପଦବୀରୁ ଇସ୍ତଫା ଦେଇଥିବା ଜଣାଯାଇଛି। ସେ ଆଜି ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଥିବା ଜଣାଯାଇଛି।
ବିଜୟା କେ ତାହିଲରମଣୀଙ୍କୁ ମେଘାଳୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଭାବେ ବଦଳି କରାଯାଇଛି। ବିଜୟା କେ ତାହିଲରମଣୀ ଏହି ବଦଳିର ପୁନର୍ବିଚାରଲାଗି ସୁପ୍ରିମ କୋର୍ଟ କଲେଜିଅମଙ୍କୁ ନିବେଦନ କରିଥିଲେ, ମାତ୍ର ସେଥିରୁ କିଛି ସୁଫଳ ମିଳି ନଥିଲା। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ହୋଇଥିବା କଲେଜିୟମର ଅନ୍ୟ ସଦସ୍ୟମାନେ ହେଲେ ବିଚାରପତି ଜଷ୍ଟିସ୍ ଏସ.ଏ ବୋବଡେ, ଏନ୍.ବି. ରମନ୍ନା, ଅରୁଣ ମିଶ୍ର ଏବଂ ଆରଏଫ୍ ନରିମନ୍। କଲେଜିୟମ ଜଷ୍ଟିସ ତହିଲରମଣୀଙ୍କ ବଦଳିର ପୁନର୍ବିଚାର କରିନଥିଲେ।

Image result for Vijaya Kamlesh Tahilramani
ଏପରିକି ବରିଷ୍ଠ ଆଇନଜୀବୀ ଏନଜିଆର ପ୍ରସାଦଙ୍କ ସମତେ କେତେକ ଆଇନଜୀବୀ ବି ବିଜୟା କେ ତାହିଲରମଣୀଙ୍କୁ ଚେନ୍ନାଇରୁ ସ୍ଥାନାନ୍ତରିତ ନ କରିବାପାଇଁ ସୁପ୍ରମ କୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିଲେ। ତାକୁ ବି ଗ୍ରହଣ କରାଯାଇନଥିବା କୁହାଯାଉଛି। ଏହାଫଳରେ ବାଧ୍ୟ ହୋଇ ବିଜୟା କେ ତାହିଲରମଣୀ ନିଜ ପଦବୀରୁ ଆଜି ଇସ୍ତଫା ଦେଇଥିବା ଜଣାଯାଇଛି।

ଗତକାଲି ଏକ ନୈଶ୍ୟ ଭୋଜିରେ ଯୋଗ ଦେବାପରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଜୟା କେ ତାହିଲରମଣୀ ଏଭଳି ଇସ୍ତଫା ଦେଉଥିବାର ଚର୍ଚ୍ଚା ଆରମ୍ଭ ହୋଇଥିଲା ।

By amfnews

Related Post