Fri. Dec 27th, 2024

ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା, ହଟିବ ଓଏମ୍‌ଆର୍‌ ସିଟ୍‌

By amfnews Aug 30, 2018
298 Views

ଭୁବନେଶ୍ୱର, ଅଗଷ୍ଟ ୩୦:

ପୁଣି ଥରେ ମାଟ୍ରିକ୍ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯିବ । ପରୀକ୍ଷା ପ୍ରକ୍ରିୟାର ଓଏମ୍‌ଆର୍‌ ସିଟ୍ ଓ ମଲଟିପଲ୍ ଚଏସ୍ ସଂକ୍ଷିପ୍ତ ପ୍ରଶ୍ନଉତ୍ତର ଉଠିଯିବ । ଏଣିକି ୫୦ ମାର୍କ ଅବଜେକ୍ଟିଭ୍ ଓ ୫୦ ମାର୍କ ସବଜେକ୍ଟିଭ୍ ପ୍ରଶ୍ନ ରହିବ । ସେଥିମଧ୍ୟରୁ ଉଭୟରେ ୧୫ମାର୍କ ରଖିଲେ ପାସ୍ ହେବେ ଛାତ୍ରଛାତ୍ରୀ । ଆସନ୍ତା ୨୦୨୦-୨୧ ଶିକ୍ଷା ବର୍ଷରେ ପିଲାମାନେ ଏହି ନୂତନ ଢାଞ୍ଚାରେ ପରୀକ୍ଷା ଦେବେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷା ଜାହାନ ଆର ବେଗମ୍ ସୂଚନା ଦେଇଛନ୍ତି ।

ବୋର୍ଡର ଅଧ୍ୟକ୍ଷାଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ନବମ ଶ୍ରେଣୀ ପରୀକ୍ଷା ୨୦୨୦-୨୧ ଢାଂଚାରେ ପରୀକ୍ଷା କରାଯିବ । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୩ ଟି ସେଟ୍ ବଦଳରେ ୪ ଟି ସେଟ୍ ପ୍ରଶ୍ନ ପତ୍ର କରାଯିବ । ଆଗରୁ ଯେପରି ତିନୋଟି ସେଟ୍‌ରେ ସମାନ ପ୍ରଶ୍ନକୁ ବଦଳାଯାଇ ଦିଆଯାଉଥିଲା, ସେପରି ଆଉ କରାଯିବ ନାହିଁ ଏବଂ ଅଲଗା ଅଲଗା ପ୍ରଶ୍ନ ରହିବ । ଏଣିକି ୫୦ ମାର୍କ ଅବଜେକ୍ଟିଭ୍ ଓ ୫୦ ମାର୍କ ସବଜେକ୍ଟିଭ୍ ପ୍ରଶ୍ନ ରହିବ । ସେଥିମଧ୍ୟରୁ ଉଭୟ ଅବଜେକ୍ଟିଭ୍ ଓ ସବଜେକ୍ଟିଭରେ ୧୫ ମାର୍କ ଲେଖାଏଁ ରଖିଲେ ଛାତ୍ରଛାତ୍ରୀମାନେ ପାସ କରିବେ । ଓଏମ୍‌ଆର୍‌ ସିଟ୍‌ ଓ ମଲ୍‌ଟିପୁଲ୍‌ ଚଏସ୍‌ ପ୍ରଶ୍ନ ଉଠିଯିବ । ଏହା ବଦଳରେ ସଂକ୍ଷିପ୍ତ ଉତ୍ତର ଲେଖିବାକୁ ପଡ଼ିବ । ରାଜ୍ୟ ସରକାର ଏକ୍‌ଜାମ୍‌ ରିଫର୍ମର୍‌ କମିଟିର ସୁପାରିଶ କ୍ରମେ ଏହି ନୂତନ ନିୟମ ଅଣାଯିବ ବୋଲି ସେ ସୂଚନା ଦେଇଛନ୍ତି ।

By amfnews

Related Post