Sun. Mar 8th, 2026

ବଦଳିବ ପୁରୀ ସ୍ୱର୍ଗଦ୍ୱାରର ରୂପରେଖ

252 Views

ପୁରୀ   :  ପୁରୀ ସ୍ୱର୍ଗଦ୍ୱାରର ରୂପରେଖ ବଦଳିବ। ଆନ୍ଧ୍ର ଏବଂ ତେଲେଙ୍ଗାନାର ମହାପ୍ରସ୍ଥାନମ କ୍ରିମେଟୋରିୟମ୍ ଢାଞ୍ଚାରେ ସ୍ୱର୍ଗଦ୍ୱାରର ନବକଳେବର କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତାବ କ୍ରମେ ହାଇଦ୍ରାବାଦରୁ ଏକ ଟିମ୍ ଆସି ସ୍ୱର୍ଗଦ୍ୱାରର ସ୍ଥିତି ଏବଂ ଅବସ୍ଥିତି ସମ୍ପର୍କରେ ଯାଞ୍ଚ କରିଥିଲା। ସେହିପରି ପୁରୀ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଗତ ଦୁଇ ମାସ ତଳେ ଆନ୍ଧ୍ର ଓ ତେଲେଙ୍ଗାନାରେ ନିର୍ମାଣ ହୋଇଥିବା ମହାପ୍ରସ୍ଥାନମ କ୍ରିମେଟୋରିୟମର ଅନୁଧ୍ୟାନ କରିଥିଲେ। ସେହି ଢାଞ୍ଚାରେ ଏବେ ପୁରୀ ସ୍ୱର୍ଗଦ୍ୱାରର ବିକାଶ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଡିପିଆର୍ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ।

By amfnews

Related Post