Fri. Mar 6th, 2026

ବଡ଼ଦାଣ୍ଡରେ ରଥଟଣା ଆରମ୍ଭ, ଗଡ଼ିଲା ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥ

434 Views

ପୁରୀ:  ଛେରା ପହଁରା ପରେ ବଡ଼ଦାଣ୍ଡରେ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥ ଟଣା ଚାଲିଛି। ଏହା ପୂର୍ବରୁ ତିନି ରଥରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିଛନ୍ତି।

ଏହା ପୂର୍ବରୁ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଦର୍ଶନ କରିଥିଲେ। ସେ  ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଥିଲେ।
ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ବଡଦାଣ୍ଡକୁ ଚାଲି ଆସିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବ୍ୟସ୍ତ। ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି।
ଏଥିପାଇଁ ଆଜି ଚଳଚଞ୍ଚଳ ହୋଇ ଉଠିଛି ବଡ଼ଦାଣ୍ଡ।

କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡ ଯିବାକୁ ବାରଣ କରାଯାଇଛି । କେବଳ ନିର୍ଧାରିତ ସଂଖ୍ୟକ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ହେଲେ କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡ ଯିବାକୁ ବାରଣ କରାଯାଇଛି । ତଥାପି ପରମ୍ପରା ଅନୁସାରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରା ନୀତି ।

By amfnews

Related Post