Sun. Feb 2nd, 2025

ବଙ୍ଗୀୟ ଅଭିନେତ୍ରୀଙ୍କ କେୟାରଟେକର୍‌ ରାଜଧାନୀରୁ ଗିରଫ

By amfnews Nov 30, 2018 #Featured
181 Views

ଭୁବନେଶ୍ବର , ନଭେମ୍ବର ୩୦: ବଙ୍ଗୀୟ ଅଭିନେତ୍ରୀ ଋତୁପୁର୍ଣ୍ଣା ସେନ୍‌ଗୁପ୍ତାଙ୍କ କୋଲକାତା ସ୍ଥିତ ଘରୁ ଚୋରି କରି ଫେରାର୍‌ ଥିବା କେୟାରଟେକର୍‌କୁ ୪ମାସ ପରେ ସ୍ପେସା‌ଲ ସ୍କ୍ବାଡ୍‌ ପୁଲିସ ରାଜଧାନୀରୁ ଗିରଫ କରିଛି। ତାଙ୍କ ନାଁ ବୋଧିସତ୍ତ୍ବ ଭଟ୍ଟାଚାର୍ଯ୍ୟ। ପୁଲିସ ତା’ଠାରୁ ୬୦ହଜାର ଟଙ୍କା ‌ଓ ଗୋଟିଏ ଲାପଟପ୍‌ ଜବତ କରିଛି। ଗିରଫ ପରେ କୋଲକାତା ପୁଲିସ ତାକୁ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି।

ପୁଲିସ ସୂଚନା ମୁତାବକ, ଦୀର୍ଘଦିନ ‌‌ହେବ ବୋଧିସତ୍ତ୍ବ ଅଭିନେତ୍ରୀ ଋତୁପୂର୍ଣ୍ଣାଙ୍କ କୋଲକାତା ଲେକ୍‌ ଥାନା ଅଞ୍ଚଳସ୍ଥିତ ଘରେ ରହି କାମ କରୁଥିଲେ। ୪ମାସ ତଳେ ଘରେ କେହି ନଥିବାର ସୁଯୋଗରେ ସେ ଋତୁପୂର୍ଣ୍ଣାଙ୍କ ଆଲମାରିରୁ ଦେଢ଼ଲକ୍ଷ ଟଙ୍କା, ଦାମୀ ଲାପଟପ୍‌ ଓ କିଛି ଗହଣା ନେଇ ଫେରାର୍‌ ହୋଇଯାଇଥିଲା। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ବୋଧିସତ୍ତ୍ବର ମୋବାଇଲ୍‌ ଟ୍ରାକିଂ କରି ତା ଗତିବିଧି ଉପରେ ନଜର ରଖିଥିଲା। ଚୋରି କରିବା ପରେ ସେ ଆସାମ, ଗୁଜୁରାଟ, ଉତ୍ତରପ୍ରଦେଶରେ ବୁଲୁଥିଲା।

ମାସକ ତଳେ ରାଜଧାନୀକୁ ଆସି ବାଙ୍କୁଆଳ ସ୍ଥିତ ଏକ ଇଂଜିନିୟରିଂ କଲେଜ୍‌ରେ ନାମ ଲେଖାଇଥିଲା। ଆଉ ୨୦ତାରିଖରୁ ମାଷ୍ଟରକ୍ୟାଣ୍ଟିନ୍‌ ସ୍ଥିତ ହୋଟେଲ୍ ଆର୍ଯ୍ୟା ପାଲେସ୍‌ରେ ରହୁଥିଲା। ଏହି ସମୟରେ ବୋଧିସତ୍ତ୍ବ ଋତୁପର୍ଣ୍ଣାଙ୍କୁ କଲ୍‌ କରି ଲାପ୍‌ଟପ ଫେରାଇବା ପାଇଁ ୫ଲକ୍ଷ ଟଙ୍କା ମାଗିଥିଲା। କୋଲକାତା ପୁଲିସ କମିସନରେଟ୍‌‌ ‌ସ୍ପେସାଲ ସ୍କ୍ବାଡ୍‌ ସହ ଯୋଗାଯୋଗ କରି ଘଟଣା ବିଷୟରେ ଜଣାଇଥିଲା। ଖବର ପାଇ ବୁଧବାର ବିଳମ୍ବିତ ରାତିରେ ସ୍ପେସାଲସ୍କ୍ବାଡ୍‌ ଏସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ଚଢ଼ଉ କରି ବ‌ୋଧିସତ୍ତ୍ବକୁ ଗିରଫ କରିଥିଲା। ଆଜି କୋଲକାତା ପୁଲିସ ପହଞ୍ଚିବା ପରେ ତାଙ୍କୁ ହସ୍ତାନ୍ତର କରିଥିଲା।

By amfnews

Related Post