117 Views
ନୂଆଦିଲ୍ଲୀ : ଅବସର ପୂର୍ବରୁ ଟିମ୍ ଇଣ୍ଡିଆର ମ୍ୟାଚ୍ ଓ୍ଵିନର୍ ଯୁବରାଜ ସିଂହ ଏକ ଫେରୱେଲ ମ୍ୟାଚ୍ ଖେଳିବେ କି? ପ୍ରଶଂସକମାନେ ତ ନିଶ୍ଚୟ ଚାହିବେ ଯେ ୟୁବି ଆଉ ଏକ ଦମ୍ଦାର ମ୍ୟାଚ୍ ଖେଳି ସେମାନଙ୍କ ମନୋରଞ୍ଜନ କରାନ୍ତୁ ବୋଲି। ମାତ୍ର ୟୁବିଙ୍କ ସଫଳତାରେ ଶ୍ରେୟ ପାଉଥିବା ପୂର୍ବତନ ଟିମ୍ ଇଣ୍ଡିଆ କ୍ୟାପଟେନ୍ ସୌରଭ ଗାଙ୍ଗୁଲି କ’ଣ କହନ୍ତି? ସୋମବାର ବାମହାତୀ ମ୍ୟାଚ୍ ଓ୍ଵିନର୍ ୟୁବି ନିଜର ଅବସର ଘୋଷଣା କରିବା ପରେ ୟୁବିଙ୍କ ପ୍ରଶଂସକଙ୍କ ମନରେ ବିଶାଦର କଳାବାଦଲ ଛାଇଯାଇଛି। ଏହି ପ୍ରଂସଗରେ ଗାଙ୍ଗୁଲିଙ୍କୁ ପଚରା ଯାଇଥିଲା ଯେ ୟୁବିଙ୍କ ଏକ ଫେରୱେଲ ଗେମ୍ ଖେଳିବାର ସୁଯୋଗ ଦିଆଯିବା ଉଚିତ କି?