Tue. Dec 24th, 2024

ଫ୍ଲିପକାର୍ଟ କୁଇକ ସର୍ଭିସ ଆରମ୍ଭ, ମାତ୍ର ୯୦ ମିନିଟରେ ଡେଲିଭରି ଦେବ ଜିନିଷ

By amfnews Jul 29, 2020 #Featured
148 Views

ନୂଆଦିଲ୍ଲୀ, ଜୁଲାଇ ୨୯ : ଇ-କମର୍ସ କଂପାନୀ ଫ୍ଲିପକାର୍ଟ ନୂଆ ସେବା ଆରମ୍ଭ କରିଛି । ଏହା ଫ୍ଲିପକାର୍ଟର ନୂଆ ଡେଲିଭରି ସର୍ଭିସ । ଏହାକୁ ଫ୍ଲିପକାର୍ଟ କୁଇକ ନାଁ ଦିଆଯାଇଛି । ଫ୍ଲିପକାର୍ଟ କୁଇକ କଂପାନୀର ଏକ ହାଇପର ଲୋକାଲ ଡେଲିଭରି ସର୍ଭିସ ଅଟେ । ଏହି ସର୍ଭିସ ବଳରେ ଫ୍ଲିପକାର୍ଟ ଆପଣଙ୍କ ନିକଟକୁ ମାତ୍ର ୯୦ ମିନିଟରେ ଆପଣଙ୍କର ଜିନିଷ ପହଂଚାଇବ । ଏହି ସର୍ଭିସରେ ଆପଣ ୨ ଘଣ୍ଟାର ସ୍ଲଟ ନିଜ ସୁବିଧା ଅନୁସାରେ ବୁକ କରିପାରିବେ । ଗ୍ରାହକ ଏହି ସର୍ଭିସ ଅନୁଯାୟୀ ଦିନରେ ଯେକୌଣସି ସମୟରେ ଅର୍ଡର କରିପାରିବେ । 

ଏହି ସେବାରୁ ଲାଭ ଉଠାଇବା ପାଇଁ ଆପଣଙ୍କୁ ଅତିକମରେ ୨୯ଟଙ୍କା ଡେଲିଭରି ଶୁଲ୍କ ଦେବାକୁ ପଡ଼ିବ । ଆରମ୍ଭରୁ ଏହି ବେଙ୍ଗାଲୁରୁର କିଛି ଅଂଚଳରେ ଉପଲବ୍ଧ ହୋଇଛି । ଆଗାମୀ କିଛି ମାସରେ କଂପାନୀ ୬ ନୂଆ ସହରରେ ଏହି ସେବା ଆରମ୍ଭ କରିବ । ଫ୍ଲିପକାର୍ଟର ଏହି ସେବା ନିଶ୍ଚିନ୍ତ ଭାବରେ ଗ୍ରାହକଙ୍କ ପାଇଁ ଭଲ ବିକଳ୍ପ । ଫ୍ଲିପକାର୍ଟ ସହିତ ଭାରତରେ ଆମାଜନ ସହିତ ମୁକାବିଲା ହୋଇଥାଏ । ତେଣୁ ଆଶା କରାଯାଉଛି ଯେ, ଫ୍ଲିପକାର୍ଟ ଭଳି ଆମାଜନ ମଧ୍ୟ ଏହି ସେବା ଆରମ୍ଭ କରିପାରେ । ବର୍ତ୍ତମାନ ଯାଏଁ କୌଣସି ଇ-କମର୍ସ କଂପାନୀ ଏତେ ଶୀଘ୍ର ଜିନିଷ ଡେଲିଭରି କରିପାରି ନାହିଁ ।

ଏହି ସେବା ଅନୁସାରେ ଆପଣଙ୍କୁ ୨୦୦ରୁ ଅଧିକ ଜିନିଷ ମଗାଇପାରିବେ । ଏଥିରେ ଗ୍ରୋସରୀ, ଦୁଗ୍ଧଜାତ ଦ୍ରବ୍ୟ, ମାଂସ, ମୋବାଇଲ, ଇଲେକ୍ଟ୍ରି ସାମଗ୍ରୀ, ଷ୍ଟେସନାରୀ ଆଦି ଅର୍ଡର କରିପାରିବେ । ଏହି ସର୍ଭିସ ପାଇଁ କଂପାନୀ ସକାଳ ୬ଟାରୁ ରାତି ୧୨ଟା ଯାଏଁ ଉପଲବ୍ଧ ରହିବ । ବର୍ତ୍ତମାନ ଯାଏଁ ଫ୍ଲିପାର୍ଟ ପ୍ଲସ ଗ୍ରାହକଙ୍କୁ ଦିନକରେ ଜିନିସ ଡେଲିଭରି କରାଯାଉଥିଲା ।

By amfnews

Related Post