Tue. Dec 24th, 2024

ଫୋନ୍ ସୁଇଚ୍ ଅଫ୍ କରି ଏକାଧିକ କରୋନା ସଂକ୍ରମିତ ଗାଏବ୍ , ଅଧିକ ସଂକ୍ରମଣ ବ୍ୟାପିବାର ଆଶଙ୍କା

By amfnews Apr 29, 2021 #Featured
159 Views

କର୍ଣ୍ଣାଟକ, ଏପ୍ରିଲ 29 : ଦିନକୁ ଦିନ କରୋନା ସଂକ୍ରମିତ ବୃଦ୍ଧି ପାଉଥିବାବେଳେ ଏବେ କର୍ଣ୍ଣାଟକରେ କରୋନା ଆକ୍ରାନ୍ତଙ୍କୁ ନେଇ ଚିନ୍ତା ବଢିଯାଇଛି । ବଢୁଥିବା କୋଭିଡ ସଂକ୍ରଣକୁ ଦୃଷ୍ଟିରେ ରଖି କର୍ଣ୍ଣାଟକରେ ଗତ ୨୦ ତାରିଖରୁ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଛି ।

ପ୍ରତ୍ୟେକ ଦିନ ପାଖା ପାଖି ୩୦ ହଜାର କୋଭିଡ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯେତେବେଳେ କି ରାଜ୍ୟରେ ଏବେ ସୁଦ୍ଧା ୩ ଲକ୍ଷ ଅତିକ୍ରମ କଲାଣି କୋଭିଡ ସଂକ୍ରମିତଙ୍କ ସଂଖ୍ୟା । ଏତିକି ବେଳେ ୨ ରୁ ୩ ହଜାର କୋଭିଡ ସଂକ୍ରମିତ ତାଙ୍କ ଫୋନ୍ ସୁଇଚ୍ ଅଫ୍ କରି ନିଖୋଜ ହୋଇଯାଇଛନ୍ତି ଏବଂ ନିଜ ଘର ମଧ୍ୟ ଖାଲି କରିଦେଇଥିବା ଜଣାପଡିଛି । ଫଳରେ ସେମାନଙ୍କୁ ଖୋଜିବା ପାଇଁ ପୋଲିସ ତନା ଘନା ଚଳାଇଛି ।

ଏନେଇ କର୍ଣ୍ଣାଟକ ରାଜସ୍ୱ ମନ୍ତ୍ରୀ ଆର ଅଶୋକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେମାନଙ୍କ ଦ୍ୱାରା ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ମନ୍ତ୍ରୀ ଅହୁରି ମଧ୍ୟ କହିଛନ୍ତି ଯେ, ଆମେ ଲୋକଙ୍କୁ ମାଗଣା ମେଡିସିନ ଦେଉଛୁ ।

ଯାହାଦ୍ୱାରା ୯୦ ପ୍ରତିଶତ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ । ହେଲେ ବେଙ୍ଗାଲୁରୁରେ ଲୋକେ ଫୋନ ବନ୍ଦ ରଖିବା ସହ ଶେଷ ମୁହୂର୍ତ୍ତରେ ଆଇସିୟୁ ବେଡ୍ ଖୋଜୁଛନ୍ତି । ଯାହା ଦ୍ୱାରା ସଂକ୍ରମଣ ବ୍ୟାପିବା ସହ ସ୍ଥିତି ଆହୁରି ଜଟିଳ ହୋଇ ପଡୁଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଏନେଇ ସେ ଲୋକଙ୍କୁ ଇପିଲ କରିଛନ୍ତି ଯେ ନିଜ ସୂଚନା ସରକାରଙ୍କୁ ଦେବା ପାଇ । ଏବଂ ସରକାରଙ୍କୁ ସହଯୋଗ କରିବା ପାଇଁ ।

By amfnews

Related Post