Sat. Mar 7th, 2026

ଫେସ୍‌ବୁକ୍‌ରେ ୧୩ଟି ଆକାଉଣ୍ଟ ଖୋଲି ଆଇଏସ୍‌ଆଇ ପଦସ୍ଥ ଅଧିକାରୀଙ୍କୁ ଫସାଉଛି ହନିଟ୍ରାପ୍‌ରେ; ଫ୍ରେଣ୍ଡଲିଷ୍ଟରେ ଥିବା ୧୧୦୦ ଭାରତୀୟ ଏବେ ଏଟିଏସ୍‌ର ସ୍କାନରରେ

363 Views

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ପାକିସ୍ତାନ ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଦ୍ୱାରା ପରିଚାଳିତ ହେଉଥିବା ୧୩ଟି ଫେସ୍‌ବୁକ୍‌ ଆକାଉଣ୍ଟ ଏବଂ ଏହି ୧୩ଟି ଆକାଉଣ୍ଟର ଫ୍ରେଣ୍ଡଲିଷ୍ଟରେ ରହିଥିବା ୧,୧୦୦ ବ୍ୟବହାରକାରୀଙ୍କ ଉପରେ ଭାରତୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ଏବେ ତୀକ୍ଷ୍ଣ ନଜର ରଖାଯାଇଥିବା ଜାଣିବାକୁ ମିଳିଛି।

ଆଇଏସ୍‌ଆଇ ଫେସ୍‌ବୁକ୍‌ରେ ୧୩ ଆକାଉଣ୍ଟ ଖୋଲି ତାକୁ ଚାଲୁ ରଖିଥିବା ଜାଣିବା ପରେ ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ ପକ୍ଷରୁ ବର୍ତ୍ତମାନ ଏହା ଉପରେ ବ୍ୟାପକ ତଦନ୍ତ ଆରମ୍ଭ ହୋଇଛି। ନିକଟରେ ଏଇଏସ୍‌ଆଇର ଏଜେଣ୍ଟ ରୂପେ କାର୍ଯ୍ୟ କରୁଥିବା ନାଗପୁର ବ୍ରହ୍କୋସ୍‌ କାରଖାନାର ଇଞ୍ଜିନିୟର ନିଶାନ୍ତ ଅଗ୍ରଓ୍ଵାଲ ଓ ବିଏସ୍‌ଏଫ୍‌ ଯବାନ ଅଚ୍ୟୁତାନନ୍ଦ ମିଶ୍ରଙ୍କୁ ଏଟିଏସ୍‌ ଗିରଫ କରିବା ପରେ ସେମାନଙ୍କ ଠାରୁ ଏହି ତଥ୍ୟ ଆଦାୟ କରି ଏବେ ଅନୁସନ୍ଧାନ ଆରମ୍ଭ କରିଛି। ଆଇଏସ୍‌ଆଇ ପକ୍ଷରୁ ଖୋଲାଯାଇଥିବା ଏହି ୧୩ଟି ଫେସ୍‌ବୁକ୍‌ ଆକାଉଣ୍ଟ ଜରିଆରେ ମୁଖ୍ୟତଃ ପଦସ୍ଥ ଓ ଗୁରୁତ୍ୱପୂର୍ଣ୍ଣ ଅଧିକାରୀମାନଙ୍କୁ ‘ହନି-ଟ୍ରାପ୍‌’ରେ ଫସାଇ ଦିଆଯିବା ପରେ ସେମାନଙ୍କ ନିକଟରୁ ଗୁପ୍ତତଥ୍ୟ ଆଦାୟ କରୁଛି ଆଇଏସ୍‌ଆଇ। ତେଣୁ, ଆଇଏସ୍‌ଆଇର ଏହି ୧୩ଟି ଫେସ୍‌ବୁକ୍‌ର ଫ୍ରେଣ୍ଡଲିଷ୍ଟରେ ଥିବା ୧୧୦୦ ବ୍ୟବହାରକାରୀମାନଙ୍କ ସଂପର୍କରେ ସବିଶେଷ ସୂଚନା କରାଯିବା ସହ ସେମାନଙ୍କ ରେକର୍ଡ ପତ୍ରର ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ୟୁପି ଏଟିଏସ୍‌ର ଆଇଜି ଅସିମ୍‌ ଅରୁଣ।

By amfnews

Related Post