Sat. Mar 7th, 2026

ଫେବ୍ରୁଆରି୨୮ ପରେ ବି ଖୋଲା ରହିବ ଧାନମଣ୍ଡି, ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଯୋଗାଣ ସଚିବଙ୍କ

264 Views

ଭୁବନେଶ୍ୱର: ଯୋଗାଣ ସଚିବ ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସୋମବାର କଡା ଚିଠି ଦେଇଛନ୍ତି। ଏହି ଚିଠିରେ ଉଲ୍ଲେଖ ରହିଛି କି, ଫେବ୍ରୁଆରି ୨୮ ତାରିଖ ପରେ ବି ଧାନମଣ୍ଡି ଖୋଲା ରହିବ। ଧାନ କିଣାରେ ଖିଲାପ ହେଲେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଢ଼େଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର ଜିଲ୍ଲାପାଳଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଚାଷୀ ବିକ୍ରି କରିବାକୁ ଚାହୁଁଥିବା ଯାଏ ଧାନ କିଣା ପ୍ରକ୍ରିୟା ଜାରି ରହବ। ସେହିପରି ମଣ୍ଡିରୁ ନନେଇ ସିଧାସଳଖ ମିଲର୍ସ ଚାଷୀଙ୍କ ଠାରୁ ନେଲେ ଏନେଇ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ଏତିକି ନୁହେଁ, ସମସ୍ତ ଚାଷୀଙ୍କୁ ଟୋକନ ଦେବାକୁ ସବୁ ପାକ୍ସଙ୍କୁ ନିର୍ଦ୍ଦେଶ ଦିଆଯିବା ସହିତ ମଣ୍ଡିକୁ ଯାଇ କିଛି ଖିଲାପ ଦେଖିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।

By amfnews

Related Post