Mon. May 19th, 2025

ଫେବୃଆରୀ ୧୮ ରୁ ଆରମ୍ଭ ହେବ ବିଜୟ – ହଜାରେ ଟ୍ରଫି

By amfnews Feb 1, 2021 #Featured
184 Views

ମୁମ୍ବାଇ, ଫେବୃଆରୀ ୦୧ : ସଫଳତାର ସହ ସୟଦ ମୁସ୍ତାକ ଅଲ୍ଲୀ ଟି -୨୦ ଟ୍ରଫିକୁ ଆୟୋଜନ କରିବା ପରେ ଫେବୃଆରୀ ୧୮ ରୁ ବିଜୟ ହଜାରେ ଟ୍ରଫି ଆୟୋଜନ କରିବାକୁ ଭାରତୀୟ କ୍ରିକେଟ ବୋର୍ଡ଼ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି. ଏହି ଟୁର୍ନାମେଣ୍ଟ ନିମନ୍ତେ କିଛିଟା ଷ୍ଟାଡିୟମ ମଧ୍ୟ ବିସିସିଆଇ ପକ୍ଷରୁ ଠିକ କରାଯାଇଛି. ଏହି ଟ୍ରଫିର ମ୍ୟାଚ ଗୁଡିକ ଆୟୋଜନ କରୁଥିବା ଷ୍ଟାଡିଅମ ଗୁଡିକ ହେଲା ମୁମ୍ବାଇ, ବରୋଦା, କୋଲକାତା, ଇନ୍ଦୋର, ବାଙ୍ଗାଲୋର ଏବଂ କେରଳରେ ଖେଳାଯିବ. ଭାରତ ଏବଂ ଇଂଲଣ୍ଡ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ଚେନ୍ନାଇରେ ଅନୁଷ୍ଠିତ ହେଉଥିବାରୁ ଚେନ୍ନାଇର ଚେପକ ଷ୍ଟାଡିୟମ ଏହି ବିଜୟ – ହଜାରେ ଟ୍ରଫି ଆୟୋଜନରୁ ବାଦ ପଡିଛି. ସେହିଭଳି ମହିଳା ଏକଦିବସୀୟ ଟ୍ରଫି ବିଜୟୱାଡା, ହାଇଦ୍ରାବାଦ ଏବଂ ପୁଣେରେ ଖେଳାଯିବ. ଏହି ବିଜୟ ହଜାରେ ଟ୍ରଫିରେ ୩୮ ଟିମ ଯୋଗଦେବେ ଏବଂ ସେମାନଂକୁ ଛଅଟି ଗ୍ରୁପରେ ବିଭକ୍ତ କରାଯାଇ ଏହି ଟୁର୍ନାମେଣ୍ଟ ଖେଳାଯିବ. ରଣଜୀ ଟ୍ରଫି ନିମନ୍ତେ ୭୦ ରୁ ଅଧିକ ଦିନ ଆବଶ୍ୟକ ହେଉଥିବାବେଳେ ବିଜୟ – ହଜାରେ ଟ୍ରଫି ନିମନ୍ତେ ୩୪ ଦିନ ଆବଶ୍ୟକ. ଏହି ଦୃଷ୍ଟିରୁ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ବିସିସିଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି.

By amfnews

Related Post