Wed. Jun 11th, 2025

ଫୁଲବାଣୀ ୟୁନାଇଟେଡ୍‌ ବ୍ୟାଙ୍କ ଋଣ ଜାଲିଆତି: ସ୍ବାମୀ ସହ ଶାଖା ପରିଚାଳିକା ଗଲେ ଜେଲ୍‌

By amfnews Sep 25, 2019 #Featured
198 Views

ଫୁଲବାଣୀ   :   ଫୁଲବାଣୀ ୟୁନାଇଟେଡ୍‌ ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ଫୁଲବାଣୀ ସହର ଆଦର୍ଶ ଥାନା ପୁଲିସ ଶାଖା ପରିଚାଳିକା ସାଗରିକା ନାୟକ ଓ ତାଙ୍କ ସ୍ବାମୀ ସୁଜିତ ଷଡ଼ଙ୍ଗୀଙ୍କୁ ଗିରଫ କରି ଗତକାଲି ବିଳମ୍ବିତ ରାତିରେ କୋର୍ଟ ଚାଲାଣ କରିଛି। ଜାମିନ ନାମଂଜୁର ହେବାରୁ ଉଭୟକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। କିଷାନ କ୍ରେଡିଟ୍ କିମ୍ବା ମୁଦ୍ରା ଯୋଜନାରେ ଋଣ ନେଉଥିବା ହିତାଧିକାରୀଙ୍କୁ ଏକ ଲକ୍ଷରେ ଆଗୁଆ ୩୦ ହଜାର ଟଙ୍କା ଦାବି କରାଯାଉଥିଲା। ଋଣ ମଂଜୁର ହେବା ପରେ ଯେଉଁମାନେ ଟଙ୍କା ଦେଉ ନଥିଲେ, ଶାଖା ପରିଚାଳିକା ବେଶ୍‌ ଚତୁରତାର ଖେଳ ଖେଳୁଥିଲେ।

ହିତାଧିକାରୀଙ୍କୁ ବ୍ୟାଙ୍କକୁ ଡକାଇ ସେମାନଙ୍କ ଏଟିଏମ୍‌ କାର୍ଡ ଓ ପିନ୍‌ ନମ୍ବର କୌଶଳକ୍ରମେ ରଖୁଥିଲେ।। ଏହାପରେ ମନ ଇଚ୍ଛା ଏଟିଏମରୁ ଟଙ୍କା ଉଠାଇ ନେଉଥିଲେ। ଏସବୁ କାମରେ ତାଙ୍କୁ ସ୍ବାମୀ ସୁଜିତ ଷଡଙ୍ଗୀ ପ୍ଲାନ ଦେଉଥିବା ବେଳେ ଖଜୁରୀପଡା ଅଞ୍ଚଳର ସୁରେଶ ଭୋଇ ନାମକ ଜଣେ ଯୁବକ ଏଥିରେ ମଧ୍ୟସ୍ଥି କରୁଥିଲେ। ଏହି ୩ ଜଣଙ୍କ ଷଡ଼ଯନ୍ତ୍ରରେ ଜିଲ୍ଲାର ଶହଶହ ହିତାଧିକାରୀ ଫସି ଯାଇଛନ୍ତି। ଏମିତି କି ହିତାଧିକାରୀଙ୍କ ଋଣ ଟଙ୍କାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଏମାନେ ହରିଲୁଟ କରି ନେଇଥିବା କୁହାଯାଉଛି। ପରିଚାଳିକାଙ୍କ ସ୍ବାମୀ ବେରୋଜଗାର ଥିବାରୁ ଏହ‌ି ମାଧ୍ୟମରେ ବେଶ ମୋଟା ଅଙ୍କର ମୁନାଫା ପାଉଥିଲେ। ଏହି ଋଣ ଜାଳିଆତି ଘଟଣାରେ ଶାଖା ପରିଚାଳିକା ଓ ତାଙ୍କ ସ୍ବାମୀଙ୍କୁ ଗତକାଲି ଗିରଫ କରାଯାଇଥିଲା।

By amfnews

Related Post