Mon. Mar 9th, 2026

ଫୁଲବାଣୀ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ : କନ୍ଧମାଳକୁ ୨୫୦ କୋଟି ଟଙ୍କା ଭେଟି

251 Views

ଫୁଲବାଣୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଜିଲ୍ଲା ପାଇଁ ୨୫୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। କିଛି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିବାବେଳେ ଆଉ କିଛି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିସହିତ, ବିଶାଳ ଯୁବ ସମାବେଶରେ ଯୋଗଦେଇ ବିକାଶ ଏବଂ ପ୍ରଗତିରେ ଯୁବ ସମାଜର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି।

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଆଜି ବିଶାଳ ଯୁବ ସମାବେଶର ଆୟୋଜନ କରାଯାଇଥିଲା। ଏହି ସମାବେଶରେ କନ୍ଧମାଳ, ବୌଦ୍ଧ, ନୟାଗଡ, ଗଜପତି ଓ ଗଂଜାମ ଜିଲ୍ଲାରୁ ୨୫ହଜାରରୁ ଅଧିକ ବିଜୁ ଯୁବ ବାହିନୀ ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ବଡ ପ୍ୟାକେଜ ଘୋଷଣା କରିିବା ସହ ୨୫୦ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଏବଂ ଉଦ୍‌ଘାଟନ କରିଥିଲେ। ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ଭିତରେ ପୋଲ, ପାନୀୟ ଜଳ, ବିଦ୍ୟୁତକରଣ, ଛାତ୍ର ଛାତ୍ରୀ ନିବାସ ନିର୍ମାଣ ଓ ବିଭିନ୍ନ ରାସ୍ତାର ଉନ୍ନତିକରଣ ଆଦି ରହିଛି। ଏହାସହ ଫୁଲବାଣୀ ଇ-ଲାଇବ୍ରେରୀ ଭଳି ପ୍ରକଳ୍ପ ରହିଛି। ପରେ ମୁଖ୍ୟମନ୍ତ୍ରୀ ୫ ଜିଲ୍ଲାର କେତେକ ବିଜୁ ଯୁବବାହିନୀ ସଦସ୍ୟ ଓ ସଦସ୍ୟା ସମ୍ମାନିତ କରିବା ସହ ଫୁଲବାଣୀ ସହରର ୪-୫ ଜଣ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରିଥିଲେ।

ପ୍ରାରମ୍ଭରେ ବିଜୁ ଯୁବ ବାହିନୀ ରାଜ୍ୟ ଅଧ୍ୟକ୍ଷ ଅରୁପ ମୋହନ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ ସହ ବିଜୁ ଯୁବାହିନୀ ଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ବିଜୁ ଯୁବ ବାହିନୀ ସଦସ୍ୟ ରମେଶ କହଁର ଓ ଦାଶରଥୀ ବେହେରା‌ ନିଜର ଅନୁଭୂତି ବଖାଣି ଥିଲେ। ଶେଷରେ ବିଜୁ ଯୁବ ବାହିନୀ ଦ୍ବାରା ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବଲିଉଡ୍ ଗାୟକ ସୋନୁ ନିଗମ ଥିଲେ ମୁଖ୍ୟ ଆକର୍ଷଣ। ତାଙ୍କ ଗୀତରେ ସମସ୍ତେ ମତୁଆଲା ହୋଇ ଯାଇଥିଲେ।

By amfnews

Related Post