Fri. Mar 6th, 2026

ଫିଟ୍ ଇଣ୍ଡିଆ ଅଭିଯାନ, କୋହଲିଙ୍କ ପାଇଁ ଦିଲ୍ଲୀରେ ବିକ୍ରି ହେଉନି ଛୋଲେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

270 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୪ : ଫିଟ ଇଣ୍ଡିଆ ମୁଭମେଣ୍ଟର ଏକ ବର୍ଷ ପୂର୍ତ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଜାଳିଆ ଢଙ୍ଗରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ କହିଥିଲେ ଯେ, ଆପଣଙ୍କ ଯୋଗୁଁ ଦିଲ୍ଲୀରେ ଆଉ ଛୋଲେ ବିକ୍ରି ହେଉନି ।

ଆଜି ଦେଶର କିଛି ପ୍ରମୁଖ ଫିଟନେସ ଏକ୍ସପର୍ଟଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏକ ଅନଲାଇନ ଇଭେଣ୍ଟ ଆୟୋଜନ ହୋଇଛି । ଏଥିରେ ଫିଟ ଇଣ୍ଡିଆ ଡାଇଲଗ ଇଭେଣ୍ଟରେ ଦେଶର କିଛି ପ୍ରମୁଖ କ୍ରୀଡାବିତଙ୍କ ସମେତ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମେତ, ପାରା ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଦେବେନ୍ଦ୍ର ଝଝରିଆ, ମଡେଲ ଅଭିନେତା ତଥା ରନର ମିଲିନ୍ଦ ସୋମେନ, ଜାମ୍ମୁ କାଶ୍ମୀରର ଫୁଟବଲର ଆଫ୍‌ସାନ ଆଶିକ, ସ୍ୱାସ୍ଥ୍ୟ ବିଶେଷଜ୍ଞ ରୁଜୁଟା ଦିଓ୍ୱେକର ପ୍ରମୁଖ ଉପସ୍ଥିତ ଥିଲେ ।

ସେଥିରେ ବିରାଟ କୋହଲି କହିଥିଲେ ଯେ, ମୁଁ ପ୍ରାକ୍ଟିସ ନକଲେ ମଧ୍ୟ, ସବୁଦିନ ଫିଟନେସରେ ଧ୍ୟାନ ଦିଏ । ତାର ପ୍ରତ୍ୟୁତ୍ତରରେ ମଜାଳିଆ ଢଙ୍ଗରେ ପ୍ରଧାନମନ୍ତ୍ରୀ  ଦିଲ୍ଲୀରେ ଆଉ ଛୋଲେ ବିକ୍ରି ହେଉନି ବୋଲି କହିଥିଲେ । ମିଲିନ୍ଦ ସୋମେନ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ଆମେ ଯାହା କଲେ ଲୋକେ ଭଲ-ମନ୍ଦ କହୁଛନ୍ତି, ମୋଦି କହିଥିଲେ ନିଜ କାମ ଆପଣ ଠିକ୍‌ରେ କରନ୍ତୁ, ଅନ୍ୟ ମାନଙ୍କ କଥା ଚିନ୍ତା କରନ୍ତୁ ନାହିଁ । କାଶ୍ମୀରର ଫୁଟବଲର ଆଫ୍‌ସାନ ଆଶିକଙ୍କୁ ମୋଦୀ ପଚାରିଥିଲେ କାଶ୍ମୀରର ପିଲାମାନେ ଖେଳରେ ଆଗ୍ରହ କଣ ପାଇଁ, ସେ କହିଥିଲେ ଏହାର ମୌସୁମୀ ପିଲାଙ୍କୁ ଖେଳ ପ୍ରତି ଆଗ୍ରହ କରୁଛି । ଦେବେନ୍ଦ୍ର ଝଝରିଆ କହିଲେ ଯେ ସେ ଏବେ କାନ୍ଧର ବ୍ୟାୟାମ କରୁଛନ୍ତି, ସାଇକେଲ ଟାୟାରରେ ମଧ୍ୟ ସେ ବ୍ୟାୟାମ କରୁଛନ୍ତି । ଏହା ସମଗ୍ର ଦେଶକୁ ଏକ ବାର୍ତ୍ତା ଦେବା ସହ, ଜନସାଧାରଣଙ୍କୁ କରୋନା ସମୟରେ ଫିଟ ରହିବା ପାଇଁ ସଚେତନ କରାଇବ ।

By amfnews

Related Post