Sun. Nov 24th, 2024

ଫାଶୀ ଲଗାଇ ଛାତ୍ରଙ୍କ ଆତ୍ମହତ୍ୟା

rklsanchar@gmail.com' By J.N. Pradhan Aug 8, 2018 #Featured
110 Views

ରାଉରକେଲା, ୮ା୮: ରେଲୱେ କଲୋନୀରେ ରହୁଥିବା ଜଣେ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । କୋର୍ଟ ମାମଲାରେ ଭୟଭୀତ ହୋଇ ଛାତ୍ର ଜଣକ ଏଭଳି ସାଂଘାତିକ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି । ପୁଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ରେଲେୱେ କଲୋନୀ ବାସିନ୍ଦା ରାଜେଶ୍ୱର ଶର୍ମାଙ୍କ ପୁଅ ରବି ଶର୍ମା (୧୯) ବେଦବ୍ୟାସ ମହାବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଗତ କିଛି ମାସ ତଳେ ରେଲୱେ କଲୋନୀରେ କିଛି ଯୁବକଙ୍କ ସହିତ ତାଙ୍କର ଗଣ୍ଡଗୋଳ ହୋଇଥିଲା ।

ଗଣ୍ଡଗୋଳକୁ ନେଇ ରବିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି । ରବି ନାଁରେ କୋର୍ଟରୁ ୱାରେଣ୍ଟ ବାହାରିଛି । ଆସନ୍ତା ୧୩ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଜାମିନଦାର ଯୋଗାଡ଼ ହୋଇ ପାରୁନଥିଲେ । ତେଣୁ ଏସବୁ କାରଣକୁ ନେଇ ରବି କିଛି ଦିନ ହେଲା ପ୍ରବଳ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ତେଣୁ ଏଭଳି ପରିସ୍ଥିତିରେ ନିଜର ମାନସିକ ଭାରସାମ୍ୟ ହରାଇ ଏଭଳି ସାଙ୍ଘାତିକ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି ।

ଗତକାଲି ତାଙ୍କ ଘରେ କେହି ନଥିବାରୁ ଏହାର ସୁଯୋଗରେ ଘରର ଭିତରୁ ବନ୍ଦ କରି ଏକ ଶାଢ଼ୀରେ ଫାଶୀ ଲଗାଇ ଦେଇଥିଲେ । ଏହା ଜଣାପଡିବା ପରେ ତାଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ଆଇଜିଏଚ୍ ନେଇ ଯାଇଥିଲେ । ମାତ୍ର ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Related Post