Tue. Jun 10th, 2025

ଫାଶୀ ଲଗାଇ ଆତ୍ମହତ୍ୟା କଲେ ଆର୍‌ଏସ୍‌ପି ଡେପୁଟି ମ୍ୟାନେଜର

By amfnews Nov 4, 2018 #Featured
140 Views

ରାଉରକେଲା ,ନଭେମ୍ବର,୪: ଶନିବାର ରାତିରେ ରାଉରକେଲା ଇସ୍ପାତ କାରଖାନାର ଜଣେ ଡେପୁଟି ମ୍ୟାନେଜର ରଶି ଦେଇ ଆତ୍ମହତ୍ୟା କରିଛନ୍ତି।ମୃତ ଡେପୁଟି ମ୍ୟାନେଜର୍‌ଙ୍କ ନାମ ଜୟ ପ୍ରବେଶ। ୩୧ ବର୍ଷିୟ ଜୟ ନ୍ୟୁ ପ୍ଲେଟ୍‌ ମିଲ୍‌ ବିଭାଗରେ ଡେପୁଟି ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ।ସେକ୍ଟର୍‌-୨ ଅନ୍ତର୍ଗତ ଏଚ୍‌-୩ ବାସଭବନରେ ଜୟ ଶନିବାର ରାତି ୮ ଟାରୁ ୯ଟା ମଧ୍ୟରେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ କହୁଛି।ରାଉରକେଲାରୁ ୩ ଦିନ ପୂର୍ବେ ତାଙ୍କ ଅନ୍ତଃସତ୍ତ୍ୱା ପତ୍ନୀ ଶାଶୂଘର ମିରଟ୍‌କୁ ଯାଇଛନ୍ତି। ଆଜି ଜୟ ପ୍ରବେଶ ମଧ୍ୟ ମିରଟ୍‌କୁ ଯାଇ ଥାଆନ୍ତେ।

ସେଥିପାଇଁ ସେ ଟ୍ରେନ୍‌ ଟିକିଟ୍‌ ଖରିଦ କରି ସାରିଥିଲେ। ଗତ ରାତିରେ ତାଙ୍କ ପତ୍ନୀ ଯେତେ ଥର ଫୋନ୍‌ କଲେ ମଧ୍ୟ ଜୟ ଫୋନ୍‌ ରିସିଭ୍‌ ନ କରିବାରୁ ସନ୍ଦେହ କରି ସେ ତାଙ୍କର ସାଙ୍ଗମାନଙ୍କ ସହ ଯୋଗାଯୋଗ କରିଥିଲେ। ସାଙ୍ଗମାନେ ଆସି କବାଟ ବାଡ଼େଇଲେ ମଧ୍ୟ କବାଟ ନ ଖୋଲିବାରୁ ସେମାନେ କବାଟ ଭାଙ୍ଗି ଭିତରକୁ ଯାଇ ତାଙ୍କର ଝୁଲନ୍ତା ଶବ ଦେଖିଥିଲେ।ସେକ୍ଟର୍‌-୩ ପୁଲିସ ଶବ ଉଦ୍ଧାର କରି ଆଇଜିଏଚ୍‌ର ମର୍ଗ ହାଉସ୍‌ରେ ରଖିଛି।

By amfnews

Related Post