Sat. Nov 23rd, 2024

ଫାର୍ମା କମ୍ପାନୀ ତାଲାଭାଙ୍ଗି ଲୁଟ୍

By amfnews Dec 1, 2018 #Featured
240 Views

ରାଉରକେଲା, ୧ା୧୨  : ଜଗଦା ରେଡିଓ ଷ୍ଟେସନ ନିକଟସ୍ଥ ଏକ ଆୟୁବେର୍ଦିକ ଫାର୍ମା କମ୍ପାନୀର ପାଚେରି ଡେଇଁ ଦୁର୍ବୁତ୍ତମାନେ ୫ଟି ଗେଟ୍ର ତାଲା ଭାଙ୍ଗି ୫୦ ହଜାର ଟଙ୍କା ଲୁଟି ନେଇଥିବା ଖବର ମିଳିଛି । ଏ ନେଇ ଝିରିପାଣି ଥାନାରେ ଅଭିଯୋଗ ଦିଆଯାଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଜଗଦା ରେଡିଓ ଷ୍ଟେସନ ମାର୍ଗରେ ଥିବା ପ୍ଲଟ୍ ନମ୍ବର ୩୯୨/୬୦୧, ୬୦୨, ୧୬୯୦ରେ ପର୍ଭେଜ ଅରୋରାଙ୍କ ଆୟୁର୍ବେଦିକ ଫାର୍ମା କମ୍ପାନୀ ରହିଛି । ଦୁର୍ବୃତ୍ତମାନେ କମ୍ପାନୀର ପାଚେରୀ ଡେଇଁ କମ୍ପାନୀର ୫ଟି ଗେଟ୍ର ତାଲା ଭାଙ୍ଗି ଏହି ଲୁଟ୍ କରିଛନ୍ତି । ଘର ଭିତରେ ଥିବା ଆଲମିରାରୁ ଦୁର୍ବୁତ୍ତମାନେ ପ୍ରାୟ ୫୦ ହଜାର ଟଙ୍କା ସହ କାଗଜପତ୍ର ଚୋରି କରି ନେଇଥିବା ଜଣାପଡିଛି । କମ୍ପାନୀ ମାଲିକ ଶ୍ରୀ ଅରୋରା ଓ କର୍ମଚାରୀ ଏ ନେଇ ଝିରିପାଣି ଥାନାକୁ ସୂଚନା ଦେଇଛନ୍ତି । ଉକ୍ତ କମ୍ପାନୀ କାର୍ଯ୍ୟାଳୟ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।

By amfnews

Related Post