Sun. Nov 24th, 2024

‘ଫନି’ ମୁକାବିଲା: ପୁରୀ ଓ ଭୁବନେଶ୍ୱରରେ ଥିବା ପର୍ଯ୍ୟଟକ ଓ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌

By amfnews May 2, 2019 #Featured
271 Views

ଭୁବନେଶ୍ୱର: ଓଡ଼ିଶା ମୁହାଁ ହୋଇଥିବା ସାମୁଦ୍ରିକ ବାତ୍ୟା ‘ଫନି’ ଠାରୁ ନିରାପଦ ରହିବାକୁ ପୁରୀ ଓ ଭୁବନେ୍ଵଶରରେ ଥିବା ପର୍ଯ୍ୟଟକ ଓ ଯାତ୍ରୀମାନଙ୍କ ପାଇଁ ରେଳବାଇ ତରଫରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳର ବ୍ୟବସ୍ଥା କରାଯାଇଛି।

ଗୁରୁବାର ମଧ୍ୟାହ୍ନ ୧୨ଟାରୁ ପୁରୀ ଠାରୁ କୋଲକାତାର ଶାଲିମାର ଯାଏଁ ଚାଲିବ। ଏଥିରେ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ବ୍ୟବସ୍ଥା ରଖାଯାଇଛି।ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଯାଜପୁର, କେନ୍ଦୁଝର ରୋଡ୍‌, ଭଦ୍ରକ, ବାଲେଶ୍ୱର ଏବଂ ଖଡ଼ଗପୁର ଠାରେ ଏହି ସ୍ୱତନ୍ତ୍ର ଟ୍ରେନ୍‌ର ଷ୍ଟପେଜ୍‌ ରହିବ।

ଏଥିରେ ଜେନେରାଲ୍‌, ସ୍ଲିପର୍‌, ୩ ଏ, ୨ଏ ଆଦି ବଗି ରହିଛି।ଆଜି ଅପରାହ୍ଣ ୧: ୩୦ ଏହି ସ୍ୱତନ୍ତ୍ର ଟ୍ରେନ୍‌ ପୁରୀରୁ ଆସି ଭୁବନେଶ୍ୱର ଷ୍ଟେସନ୍‌ରେ ପହଞ୍ଚିବ।

By amfnews

Related Post