Mon. Nov 25th, 2024

ଫନି ପରେ ବାଲେଶ୍ୱରରେ ପ୍ରଥମ କାଳବୈଶାଖୀ: ପ୍ରବଳ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ପରେ ତାତିରୁ ସାମାନ୍ୟ ଆଶ୍ୱସ୍ତି

By amfnews May 14, 2019 #Featured
196 Views

ବାଲେଶ୍ୱର : ମହାବାତ୍ୟା  ଫନି ପରେ ବାଲେଶ୍ୱରରେ ପ୍ରଥମ କାଳବୈଶାଖୀ ହୋଇଛି ।  ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ଘଡ଼ଘଡ଼ି ଓ ବିଜୁଳି ମାରି ବର୍ଷା ମଧ୍ୟ ହୋଇଛି । ତେବେ ପ୍ରଳୟଙ୍କରୀ ବାତ୍ୟା ଫନି ପରେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଘାଣ୍ଟି ହେଉଥିଲେ ଲୋକେ । ପ୍ରଥମେ ଫନି ଦାଉ ସାଧିଲା, ହେଲେ ଗରମରୁ ଟିକିଏ ବି ତ୍ରାହି ମିଳିନଥିଲା । ଆଜି କାଳବୈଶାଖୀ ଯୋଗୁଁ ବାଲେଶ୍ୱରବାସୀଙ୍କୁ ତାତିରୁ ଆଶ୍ୱସ୍ତି ମିଳିଛି ।

ସେପଟେ ଆସନ୍ତାକାଲି ସୁଦ୍ଧା ସୁଦ୍ଧା ରାଜ୍ୟର ଉପକୂଳବର୍ତ୍ତୀ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ମଧ୍ୟମ ଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ଏହାବ୍ୟତୀତ ବଜ୍ରପାତ ସହିତ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ମଧ୍ୟ ରହିଛି । ଆଉ ଏହି ସମୟରେ ସତର୍କ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର।

By amfnews

Related Post