188 Views
ନୂଆଦିଲ୍ଲୀ, ଜାନୁଆରୀ ୨୩ : ସୋମବାର ସନ୍ଧ୍ୟାରେ ଦିଲ୍ଲୀ ସହର ବାହାରେ ଥିବା ଏକ ପଡ଼ିଆରୁ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ଦେହାଂଶ। ଅଧିକାଂଶ ଦେହାଂଶ ଗୋଟାଏ ଧଳା ବସ୍ତାରେ ଥିବା ବେଳେ କିଛି ବିଛାଡ଼ି ହୋଇ ପଡ଼ିଥିବାରୁ ସେ ସବୁକୁ କୁକୁରମାନେ ଖାଇଥିବା ସନ୍ଦେହ କରାଯାଉଛି। ସେଗୁଡ଼ିକରେ କୁକୁର କାମୁଡ଼ାର ଚିହ୍ନ ମଧ୍ୟ ରହିଛି। ଖଣ୍ଡେ ଦୂରରେ ଥିବା ଏକ ନିଛାଟିଆ ଜାଗାରେ କଟାମୁଣ୍ଡଟି ପଡ଼ିଥିବା ଦେଖାଯାଇଥିଲା।
ପୁଲିସ କହିଛି ଯେ ମାନବ ଶରୀରର ମାତ୍ର କେତେକ ଛିନ୍ନ ଅଂଶ ମିଳିଛି। ମୃତ ବ୍ୟକ୍ତିଙ୍କର ଲିଙ୍ଗ ସଂକ୍ରାନ୍ତରେ ଆମେ ସମ୍ପୂର୍ଣ୍ଣ ନିଶ୍ଚିତ ନୋହୁଁ, କିନ୍ତୁ ପୋଷାକରୁ ଜଣାପଡୁଛି ସେ ମହିଳା ହୋଇଥାଇ ପାରନ୍ତି।
ଘଟନାସ୍ଥଳରୁ ଅନ୍ୟ କୌଣସି ଜିନିଷପତ୍ର ବା ଟେର୍ ମିଳୁ ନ ଥିବାରୁ ପୁଲିସ ତଦନ୍ତରେ ବାଧା ସୃଷ୍ଟି ହେଇଛି। ଘଟନାସ୍ଥଳରେ ସେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି କି, ଅନ୍ୟ କେଉଁଠାରେ ହତ୍ୟା କରାଯାଇ ଏଠାରେ ଫିଙ୍ଗା ଯାଇଛି, ତାହା ନିଶ୍ଚିତ କରି କହିବା ସମ୍ଭବପର ହେଉ ନାହିଁ ବୋଲି ପୁଲିସ କହିଛି।
ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ଆଲିପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।