Sat. Mar 7th, 2026

ପ୍ଲାଟଫର୍ମ ଭିତରକୁ ମାଡ଼ିଗଲା ଟ୍ରେନ୍‌, ପ୍ଲାଟଫର୍ମ ସେଡ୍‌ ଚୁରମାର

287 Views

ଯାଜପୁର: ଆଜି ସକାଳେ ଖୋର୍ଦ୍ଧାରୁ କୋଇଲା ନେଇ ଖଡ଼ଗପୁରକୁ ଯାଉଥିବା ଏକ କୋଇଲା ବୋଝେଇ ମାଲଗାଡ଼ି ଯାଜପୁର-କେନ୍ଦୁଝର ରୋଡ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଦୁର୍ଘଟଣଗ୍ରସ୍ତ ହୋଇଛି। ଟ୍ରେନ୍‌ ବଗିଗୁଡ଼ିକ ଢ଼ଳି ପଡ଼ିବା ଫଳରେ ପ୍ଲାଟଫମର ସେଡ୍‌ଗୁଡ଼ିକ ଭାଙ୍ଗି ଯାଇଛିି। ତେବେ ଭୋର ଯୋଗୁଁ ପ୍ଲାଟଫର୍ମରେ କୌଣସି ଯାତ୍ରୀ ନ ଥିବାରୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ଲୋକେ ବର୍ତ୍ତି ଯାଇଛନ୍ତି। ଖବରପାଇ ରେଳବାଇ ବିଭାଗର ବରିଷ୍ଠ ଅଧିକାରୀମାନେ ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେସନରେ ପହଞ୍ଚିି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରୋର୍ଦ୍ଧାରୋଡ ଷ୍ଟେସନରୁ ଏକ ମାଲଗାଡ଼ି କୋଇଲା ନେଇ ଖଡ଼ଗପୁର ଯାଉଥିବା ବେଳେ ଭୋର ୫ଟା ବେଳେ ଯାଜପୁର- କେନ୍ଦୁଝର ରୋଡ୍‌ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମ ଦେଇ ଅତିକ୍ରମ କରୁଥିଲା। ତେବେ ହଠାତ ଏହି ମାଲଗାଡ଼ିର ବଗି ଗୁଡ଼ିକ ଢ଼ଳିଯିବା ସହିତ ପ୍ଲାଟ୍‌ଫର୍ମରେ ଲାଗିଥିବା ସେଡ୍‌ରେ ଲାଗିଯାଇ ଏହାକୁ ଭାଙ୍ଗି ଦେଇଥିଲା। ପ୍ରାୟ ୭୦ ମିଟରରୁ ଊର୍ଧ୍ୱ ସେଡ ଭାଙ୍ଗି ଖଣ୍ଡଖଣ୍ଡ ହୋଇ ଗଳିପଡ଼ିଥିଲା ପ୍ଲାଟଫର୍ମର ସେଡ୍‌। ତେବେ ହଠାତ ପ୍ଲାଟଫର୍ମ ଭିତରକୁ କାହିଁକି ବଗିଗୁଡ଼ିକ ଢ଼ଳି ପଡ଼ିଲେ ତାର କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

By amfnews

Related Post