Sun. Jun 8th, 2025

ପ୍ରେମିକାକୁ ବିଷ ପିଆଇଦେଲା ଯୁବକ

By amfnews Apr 24, 2019 #Featured
268 Views

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ବଜାରର ଜଣେ ଯୁବକ ନିଜର ପ୍ରେମିକାକୁ ପ୍ରବଳ ମାଡ଼ ମାରିବା ସହ ବିଷ ପିଆଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୁଲିସ ସଂପୃକ୍ତ ଯୁବକ ଇନ୍ଦ୍ରଜିତ ମେହେର (୩୦)ଙ୍କୁ ଗିରଫ କରିଛି। ପ୍ରକାଶ ଯେ, ସ୍ବାମୀଙ୍କ ମୃତ୍ୟୁ ପରେ ସଂପୃକ୍ତ ମହିଳା (୩୫) ଜଣକ ନିଜ ବାପ ଘରେ ରହି ଅଙ୍ଗନବାଡ଼ି ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ଅଟୋ ଚାଳକ ଇନ୍ଦ୍ରଜିତଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ରବିବାର ରାତି ଇନ୍ଦ୍ରଜିତ ମଦ୍ୟପାନ କରି ମହିଳାଙ୍କୁ ମାରପିଟ କିରିବା ସହ ଜବରଦସ୍ତି ବିଷ ପିଆଇ ହତ୍ୟା ଉଦ୍ୟମ କରିଥିଲେ। ସୋମବାର ସକାଳେ ମହିଳାଙ୍କୁ ଏକ ବିଲରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

By amfnews

Related Post