Sun. Mar 8th, 2026
148 Views

ମାଲକାନଗିରି : ପ୍ରଥମ ଦେଖାରେ ସେମାନେ ପ୍ରେମରେ ପଡ଼ିଯାଇଥିଲେ। ଧୀରେ ଧୀରେ ପରସ୍ପର ପ୍ରତି ଦୁର୍ବଳତା ବଢ଼ିଥିଲା। ତେଣୁ ଜୀବନସାରା ସାଥୀ ହୋଇ ରହିବାକୁ ନିଷ୍ପତ୍ତି ନେଲେ। ନିଜ ପ୍ରେମକୁ ସଫଳ କରିବା ପାଇଁ ସେମାନେ ଯେକୌଣସି କଷ୍ଟ ସ୍ୱୀକାର କରିବାକୁ ପ୍ରସ୍ତୁତ ଥିଲେ।  ସେଥିପାଇଁ ନେଲେ ଆଧୁନିକ ଚିକିତ୍ସା ବିଜ୍ଞାନର ସାହାଯ୍ୟ। ଆଉ ସେମାନଙ୍କ ମଧ୍ୟରୁ ଜଣେ ଲିଙ୍ଗ ପରିବର୍ତ୍ତନ କରି ପାଲଟି ଗଲେ ପୁଅ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ, ଯାହା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଗତବର୍ଷ ଜୁଲାଇ ୩ ତାରିଖରେ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର ମାଧ୍ୟମରେ ଉକ୍ତ ଯୁବତୀଙ୍କ ଲିଙ୍ଗ ପରିବର୍ତ୍ତନ କରାଯାଇଥିଲା। ଏଥିପାଇଁ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଝିଅରୁ ପୁଅ ହେବା ପରେ ଯେଉଁମାନେ ସେମାନଙ୍କ ବିବାହକୁ ବିରୋଧ କରୁଥିଲେ, ସେମାନେ ବି ଚୁପ୍ ରହିଲେ। ଆଉ ଶେଷରେ ହିନ୍ଦୁ ରୀତିନୀତିରେ ସେମାନଙ୍କ ବିବାହ ହୋଇଥିଲା। ବେଦୀରେ ଦୁହଁଙ୍କ ହାତଗଣ୍ଠି ପଡ଼ିଥିଲା ଓ ହୋମ ନିଆଁଙ୍କୁ ସାକ୍ଷୀ ରଖି ଜୀବନସାରା ପରସ୍ପରର ସାଥୀ ହୋଇ ରହିବେ ବୋଲି ପ୍ରତିଜ୍ଞା ନେଇଥିଲେ। ତେବେ ସବୁଠୁ ବଡ଼ କଥା ହେଉଛି, ଲିଙ୍ଗ ପରିବର୍ତ୍ତନଠୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଉଭୟ ପରିବାରର ସ୍ୱୀକୃତି ସେମାନଙ୍କ ସହିତ ରହିଥିଲା।

By amfnews

Related Post