Sun. Nov 24th, 2024

ପ୍ରିୟଦର୍ଶୀ ଏବଂ କେ.ଚନ୍ଦ୍ର. ରତନମଙ୍କ ପରେ ସାମ୍ବାଦିକ ପ୍ରବୀରଙ୍କ ପରିବାରକୁ ମିଳିବ ୧୫ ଲକ୍ଷ

By amfnews Dec 12, 2020 #Featured
239 Views

ଭୁବନେଶ୍ୱର : କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ଅର୍ଥ ରାଶି ମଞ୍ଜୁର କରାଯାଇଛି।  ରାଜ୍ୟ ସରକାର ଏହି ମଂଜୁରି କରିଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।  ଗତ ନଭେମ୍ବର ୫ ତାରିଖରେ ପ୍ରବୀରଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଆଇଆଇଏମ୍‌ସି ଢେଙ୍କାନାଳରୁ ସାମ୍ବାଦିକତା ପାଠ ପଢିଥିବା ପ୍ରବୀର ପୂର୍ବରୁ ବିଭିନ୍ନ ଖବରକାଗଜ ସହ ନ୍ୟୁଜ୍‌  ଚ୍ୟାନେଲରେ ମଧ୍ୟ କାମ କରିଥିଲେ । ପ୍ରଥମେ ପ୍ରବୀରଙ୍କ ବାପା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଲା । ଏହାର କିଛି ଦିନ ପରେ ପ୍ରବୀର ଏହି ରୋଗରେ ଶିକାର ହୋଇଥିଲେ। ପ୍ରବୀରଙ୍କ ପତ୍ନୀ ଓ ଛୋଟ ଝିଅ ଅଛନ୍ତି ।

ଏଥିପୂର୍ବରୁ କୋରନାରେ ମୃତ୍ୟୁ ବରଣ କରିଥିବା ଦୂଇ ଜଣ ସାମ୍ବାଦିକ ତଥା ପ୍ରିୟଦର୍ଶୀ ପଟ୍ଟନାୟକ ଏବଂ କେ.ଚନ୍ଦ୍ର. ରତନମଙ୍କ ପରିବାରଙ୍କୁ ମଧ୍ୟ ୧୫ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓଡ଼ିଆ ଖବରକାଗଜ ‘ସମାଜ’ ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକଟ ଠାରେ କାର୍ଯ୍ୟ କରୁଥିଲେ । ସେହିପରି କେ. ଚନ୍ଦ୍ର. ରତନମ ହାଇଦ୍ରାବାଦରୁ ପ୍ରକାଶିତ ବହୁଳ ପ୍ରଶାରିତ ତେଲୁଗୁ ଦୌନିକ ‘ଇନାଡ଼ୁ’ର ପାରଳାଖେମୁଣ୍ଡି ସମ୍ବାଦ ଦାତା ଭାବରେ ଦୀଘ୍ରଦିନରୁ କାର୍ଯ୍ୟରତ ଥିଲେ ।

By amfnews

Related Post