Wed. Jan 15th, 2025

ପ୍ରିୟଙ୍କା ଗାନ୍ଧୀ ଲେଖୁଛନ୍ତି ପୁସ୍ତକ, ଆଡଭାନ୍ସରେ ମିଳିଲା ୧କୋଟି ଟଙ୍କା

By amfnews Dec 18, 2018 #Featured
146 Views

ନୂଆଦିଲ୍ଲୀ, ଡିସେମ୍ବର ୧୮ :  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଂକା ଗାନ୍ଧୀଙ୍କୁ ନେଇ ହଟକା ନ୍ୟୁଜ୍ ଆସିଛି । ସେ ଏକ ବହି ଲେଖିବାକୁ ଯାଉଛନ୍ତି । ନ୍ୟୁଜ ୱେବସାଇଟ ରିପୋର୍ଟ ମୁତାବକ ‘ଅଙ୍ଗେଷ୍ଟ ଆଉଟରେଜ’ ନାମକ ଏକ ପୁସ୍ତକ ପ୍ରକାଶ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ କୋଟି ଟଙ୍କା ଆଡଭାନ୍ସ ମିଳିଛି । ପ୍ରିୟଙ୍କାଙ୍କ ପୁସ୍ତକର ପାଣ୍ଡୁଲିପି ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଜମା କରିବା ପାଇଁ କୁହା ଯାଇଛି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏହାର ପ୍ରକାଶ ହେବ ବୋଲି କୁହା ଯାଉଛି ।

ସୂଚନାଯୋଗ୍ୟ, ହିନ୍ଦୀ, ଇଂଗ୍ରାଜୀ ବ୍ୟତୀତ ଭାରତର ବିଭିନ୍ନ ଅଂଚଳର ଭାଷାଭାଷୀରେ ଏହି ପୁସ୍ତକ ପ୍ରକାଶିତ ହେବ । ଏତଦ୍ ବ୍ୟତୀତ ପୁସ୍ତକକୁ ଅଡିଓ ବୁକ୍ ଭାବରେ ମଧ୍ୟ ଉପସ୍ଥାପନ କରାଯିବ । ୩୦୦ପୃଷ୍ଠା ବିଶିଷ୍ଠ ଏହି ପୁସ୍ତକରେ ପ୍ରିୟଙ୍କା ରାଜନୀତି ଉପରେ ନିଜର ବିଚାର ବିଷୟରେ ଲେଖିବେ । ଏହି ପୁସ୍ତକ ଜରିଆରେ ସେ ନିଜର ରାଜନୈତିକ ଦୃଷ୍ଟିକୋଣକୁ ସମାଜ ନିକଟରେ ପହଂଚାଇବେ ।

ତେବେ ପ୍ରିୟଙ୍କାଙ୍କ ତରଫରୁ ଏବେ ଏହି ବିଷୟରେ କୌଣସି ପ୍ରତିକ୍ରିୟା ମିଳି ନାହିଁ । ଆସନ୍ତା ବର୍ଷ ଅପ୍ରେଲ ଏବଂ ମଇରେ ହେବାକୁ ଥିବା ଲୋକସଭା ନିର୍ବାଚନ ସମୟରେ ଏହି ପୁସ୍ତକୁ ରାହୁଲ ଗାନ୍ଧୀ ବନାମ ନରେନ୍ଦ୍ର ମୋଦୀ ଭାବରେ ଉପସ୍ଥାପନ କରାଯିବ ।

By amfnews

Related Post