119 Views
ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ଆଜି ସେ ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ଏହାସହ ସେ ପାର୍ବତୀ ମନ୍ଦିର ଓ ଅନ୍ୟ ମନ୍ଦିର ମଧ୍ୟ ବୁଲି ଦର୍ଶନ କରିଥିଲେ। ପ୍ରାୟ ୨୦ମିନିଟ ଧରି ସେ ମନ୍ଦିର ବେଢ଼ା ବୁଲି ଦେଖିଥିଲେ। ଆନ୍ଧ୍ର ରାଜ୍ୟପାଳଙ୍କୁ ମନ୍ଦିର ସେବାୟତ କମଳାକାନ୍ତ ବଡୁ ଠାକୁରଙ୍କୁ ଦର୍ଶନ କରାଇଥିଲେ। ଏଥିସହ ସେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।