Sat. Mar 7th, 2026

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଫେରୁଥିବା ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ, ୧୦ ଆହତ

213 Views

ଅନୁଗୁଳ: ଗତକାଲି ବିଳମ୍ବିତ ରାତିରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଫେରୁଥିବା ବେଳେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ଏଥିରେ ୧୦ ଶ୍ରମିକ ଆହତ ହୋଇଥିବାର ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ଅନୁଗୁଳ ଜିଲ୍ଲାର ଠାକୁରଗଡ଼ ଅନ୍ତର୍ଗତ ଷୋଳପଦା ନିକଟରେ ବସ୍ ଓଲଟିଥିଲା । ବୌଦ୍ଧରୁ ଅନୁଗୁଳ ଆସୁଥିଲା ପ୍ରବାସୀ ଓଡ଼ିଆ ବସ୍ । ଏକ ବସ୍ ଭାରସାମ୍ୟ ହରାଇ ଗଛକୁ ପିଟିଥିଲା। ଏଥିରେ ୧୫ଜଣ ଶ୍ରମିକ ଆସୁଥିଲେ।

ଏଥିରେ ଆହତ ହୋଇଥିବା ସବୁ ଶ୍ରମିକଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ଜଣ ଏବେ ବି ସେଠାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ୫ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଯାଇଥିବାର ସୂଚନା ମିଳିଛି। ଏହି ଶ୍ରମିକମାନଙ୍କ ଘର କେନ୍ଦୁଝର ଜିଲ୍ଲାର ପୁରୁଣାକୋଟ ଅଞ୍ଚଳରେ ଏବଂ ସେମାନେ ଆନ୍ଧ୍ର ପ୍ରଦେଶର ପଲାସାରେ କାମ କରୁଥିଲେ ବୋଲି ଜଣାଯାଇଛି।

By amfnews

Related Post