Sat. Mar 7th, 2026

ପ୍ରବଳ ବର୍ଷା, ରାଜଧାନୀରେ ଲୋକଙ୍କ ଘରେ ପଶିଲା ପାଣି

291 Views

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବି ସ୍ଥିର ରହିଛି।  ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ଭୁବନେଶ୍ୱର, କଟକ ସମେତ ଉପକୂଳ ଓଡ଼ିଶାରେ ଗତକାଲି ସଂଧ୍ୟାରୁ ପ୍ରବଳ ବର୍ଷା ହୋଇଛି। ମିଳିଥିବା ସୂଚନା ମୁତାବକ ଗତକାଲି ସଂଧ୍ୟାରୁ ମଧ୍ୟରାତ୍ରି ମଧ୍ୟରେ ଭୁବନେଶ୍ୱରରରେ ୧୦୨ ମିଲିମିଟର୍ ବର୍ଷା ରେକର୍ଡ ହୋଇଛି। ନୟାପଲ୍ଲୀ, ଜୟଦେବ ବିହାର, ସିଆଆରପି ଛକ, ପାଇକ ନଗରରେ ପାଣି ଜମା ହୋଇ ରହିଛି।

By amfnews

Related Post