Wed. Mar 11th, 2026

ପ୍ରବଳ ବର୍ଷା ଯୋଗୁ ରାସ୍ତା ଫାଟିଗଲା

147 Views

ବାଙ୍ଗାଲୁରୁ: କର୍ଣ୍ଣାଟକାରେ କିଛି ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ସେଠାକାର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ବର୍ଷା ଯୋଗୁ ୱେଲଗାବୀ ଜିଲ୍ଲାର ନିପାନି ନିକଟରେ ଥିବା ଜାତୀୟ ରାଜପଥ ୪ରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି। ଫଳରେ ରାସ୍ତାରେ ଯାତାୟତ ଠପ୍‌ ହୋଇଯାଇଛି।

ଲଗାଣ ବର୍ଷା ଯୋଗୁ କର୍ଣ୍ଣାଟକାର କେତୋଟି ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି। ଏହାସହ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ହାଇ ଆର୍ଲଟ ଜାରି କରାଯାଇଛି।

By amfnews

Related Post