Tue. Dec 24th, 2024

ପ୍ରଧାନମନ୍ତ୍ରୀ ମୋଦୀ ବିହାରରେ ୧୪,୩୫୮ କୋଟି ଟଙ୍କାର ୯ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ଆଜି

By amfnews Sep 21, 2020 #Featured
296 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରରେ ନିର୍ମାଣ ହେବାକୁ ଥିବା ୯ଟି ଜାତୀୟ ରାଜପଥ ପାଇଁ ଶିଳାନ୍ୟାସ କରିବେ । ଏଥି ସହିତ ମୋଦୀ ଅପଟିକାଲ ଫାଇବର ଇଣ୍ଟରନେଟ ସେବାକୁ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଶନିବାର ଏହି ଘୋଷଣା କରାଯାଇଛି ।

ଆଜି ଶିଳାନ୍ୟାସ ହେବାକୁ ଥିବା ୯ଟି ଜାତୀୟ ରାଜପଥ ପ୍ରକଳ୍ପରେ ୧୪ ହଜାର ୩୫୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ୩୫୦ କିଲୋମିଟର ରାସ୍ତାକୁ କଭର କରିବ । ରାଜ୍ୟରେ ଯୋଗାଯୋଗକୁ ଆହୁରି ସହଜ କରିବା ଏବଂ ଆର୍ଥିକ ବିକାଶ ଲକ୍ଷ୍ୟ ନେଇ ଏହି ଜାତୀୟ ରାଜପଥଗୁଡ଼ିକୁ ନିର୍ମାଣ କରାଯାଉଛି । ଏହି ଜାତୀୟ ରାଜପଥଗୁଡ଼ିକର ନିର୍ମାଣ ଶେଷ ହେଲେ ପଡୋଶୀ ଉତ୍ତର ପ୍ରଦେଶ ଓ ଝାଡ଼ଖଣ୍ଡକୁ ଜିନିଷପତ୍ର ପରିବହନ କରିବା ମଧ୍ୟ ସହଜ ହୋଇଯିବ ।

ପିଏମଓ ପକ୍ଷରୁ କୁହାଯାଇଛି ଯେ ଫାଇଭର ଇଣ୍ଟରନେଟ ସେବା ଆରମ୍ଭ ହୋଇଯିବା ପରେ ୪୫ ହଜାର ୯୪୫ଟି ଗାଁରେ ଡିଜିଟାଲ ସେବା ଆହୁରି ସହଜ ହୋଇଯିବ ।

By amfnews

Related Post