139 Views
ମୁମ୍ବାଇ : ପ୍ରଖ୍ୟାତ ପ୍ରଯୋଜକ-ନିର୍ଦ୍ଦେଶକ ସଞ୍ଜୟଲୀଳା ଭଂସାଲୀ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଏକ ହିନ୍ଦୀ ସିନେମା ନିର୍ମାଣ କରିବାକୁ ଯାଉଥିବା ଜଣାଯାଇଛି। ଏହାର ଟାଇଟଲ ରହିଛି ‘ମନ ବୈରାଗୀ’। ଏହାର ଲେଖକ ହେଉଛନ୍ତି ସଂଜୟ ତ୍ରିପାଠୀ। ସଞ୍ଜୟଲୀଳା ଭଂସାଲୀ ଏବଂ ମହାବୀର ଜୈନ ମିଳିତଭାବେ ଏହାର ପ୍ରଯୋଜନା କରୁଛନ୍ତି। ନିଜେ ସଞ୍ଜୟଲୀଳା ଭଂସାଲୀ ଏହାର ନିର୍ଦ୍ଦେଶ ଭାର ବହନ କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଆଜି ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ତମ ଜନ୍ମ ଦିବସ ଅବସରରେ ଏହି ସିନେମାର ପ୍ରଥମ ଡିଜିଟାଲ ପୋଷ୍ଟର ଲଞ୍ଚ କରାଯିବ। ଏହାକୁ ଲୋକପ୍ରିୟ ସିନେ ତାରକା ପ୍ରଭାସ ଲଞ୍ଚ କରିବେ ବୋଲି ଜଣାଯାଇଛି। ସଞ୍ଜୟଲୀଳା ଭଂସାଲୀ କହିଛନ୍ତି ଯେ ସଂଜୟ ତ୍ରିପାଠୀଙ୍କ କାହାଣୀ ଶୁଣିବାପରେ ସେ ଏହି ସିନେମା ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି।