117 Views
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟର ଠିକା ନେଇ ତାହାକୁ ଅଧାରେ ପକାଇ ଦେଇଥିବା ଠିକାଦାର କଳାତାଲିକାଭୁକ୍ତ ହେବେ। ଆଜି ବିଧାନସଭାରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ। ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏହି ପ୍ରସଙ୍ଗ ଉତ୍ଥାପନ କରିବା ପରେ ଉପରୋକ୍ତ ବୟାନ ରଖିଛନ୍ତି ମନ୍ତ୍ରୀ।
ବହୁ ସ୍ଥାନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟ ଅଧପନ୍ତରିଆ ରହୁଛି । ଅଧାରୁ କାମ ଛାଡି ଠିକାଦାର ଅନ୍ୟ ବିଭାଗର କାମ କରୁଥିବା ବିଧାନସଭାରେ ଅଭିଯୋଗ ଆଣିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ତେଣୁ ଠକ ଠିକାଦାରଙ୍କୁ କଳା ତାଲିକା ଭୁକ୍ତ କରିବାକୁ ସେ ଦାବି କରିଥିଲେ।