Thu. Apr 10th, 2025

ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତରେ ସହଯୋଗ ପାଇଁ ଜେଏନ୍ୟୁ ଛାତ୍ର ଦେଲେ ପ୍ରତିଶ୍ରୁତି ଆଗ୍ରାସ୍ଥିତ ଶ୍ରୀନିବାସ ହସ୍ପିଟାଲରେ ମୁକ୍ତିକାନ୍ତଙ୍କ ଚିକିତ୍ସା

rklsanchar@gmail.com' By J.N. Pradhan Jun 15, 2018 #Featured
228 Views

ରାଉରକେଲା, ୧୫ା୬ (ସବ୍ୟୁ) : ରାଉରକେଲା ବାସୀଙ୍କ ସ୍ୱାର୍ଥ ପାଇଁ ରାଉରକେଲାରୁ ଦିଲ୍ଲୀ ପଦଯାତ୍ରା କରି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ନିଷ୍ପତ୍ତି ନେଇଥିବା ମୁକ୍ତିକାନ୍ତ ୧୩୩୦ କି.ମି. ଅତିକ୍ରମ କରି ଆଗ୍ରାରେ ପହଞ୍ôଚଛନ୍ତି । ରାସ୍ତାରେ ମୁର୍ଚ୍ଛା ହୋଇଯିବାରୁ ସ୍ଥାନୀୟ ଜନସାଧାରଣ ମୁକ୍ତିକାନ୍ତଙ୍କୁ ଶ୍ରୀନିବାସ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ନିମ୍ନ ରକ୍ତଚାପ, ଶତକଡ଼ା ୨୮ ସୁଗାର ଓ ଅତ୍ୟଧିକ ଦୁର୍ବଳତା ହିଁ ମୁର୍ଚ୍ଛାର ମୁଖ୍ୟକାରଣ ବୋଲି ଡ଼ାକ୍ତର କହିଥିଲେ । ଚିକିତ୍ସାର ସମସ୍ତ ଖର୍ଚ୍ଚ ଜେଏନ୍ୟୁର ଛାତ୍ରମାନେ ବହନ କରିଛନ୍ତି । ବର୍ତ୍ତମାନ ଜେଏନ୍ୟୁ ଛାତ୍ରଙ୍କ ଦ୍ୱାରା ଆଗ୍ରାରୁ ଦିଲ୍ଲୀ ୨୧୦ କି.ମି. ପଦଯାତ୍ରା ଶେଷ ପର୍ଯ୍ୟନ୍ତ ମୁକ୍ତିକାନ୍ତଙ୍କ ରହିବା, ଖାଇବା, ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରାଯିବା ସହିତ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବାର ସମସ୍ତ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସମ୍ପୂର୍ଣ୍ଣ ପଦଯାତ୍ରା ୧୫୩୮ କି.ମି. ଥିବାବେଳେ ମୁକ୍ତିକାନ୍ତ ବର୍ତ୍ତମାନ ସୁଦ୍ଧା ୧୩୩୦ କି.ମି. ଅତିକ୍ରମ କରିସାରିଲେଣି । ବାକି ୨୧୦ କି.ମି. ଅତିକ୍ରମ କରିବା ପାଇଁ ୧୦ ଦିନ ଅର୍ଥାତ୍ ୨୪ ତାରିଖରେ ମୁକ୍ତିକାନ୍ତ ଦିଲ୍ଲୀ ପହଞ୍ôଚବାର ଅଛି । ସେଥିପାଇଁ ରାଉରକେଲାରୁ ଯୁବ ଜାଗୃତି ମଞ୍ଚର ତତ୍ତ୍ୱାବଧାନରେ ଅଧିକାଂଶ ଯୁବକ ୨୪ ତାରିଖରେ ଦିଲ୍ଲୀ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ମଞ୍ଚର ଆବାହକ ଗୋପାଳ ଜେନା କହିଛନ୍ତି ।

Related Post