207 Views
ନୂଆଦିଲ୍ଲୀ, ଅଗଷ୍ଟ ୧୫ : ଝିଅଙ୍କ ବିବାହର ବସୟ ନେଇ ସରକାର ନିଷ୍ପତ୍ତି ନେବେ । ୭୪ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଛନ୍ତି । ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି, କରୋନା ସଂକଟରୁ ମୁକୁଲିବା ପାଇଁ ଦେଶ ଏକକାଳୀନ ୩ଟି ଟିକା ପରୀକ୍ଷା କରୁଛି । ବୈଜ୍ଞାନିକଙ୍କ ଦ୍ୱାରା ଏହାକୁ ଲୋକଙ୍କୁ ଦେବାରେ ଯେତେବେଳେ ପରୀକ୍ଷା ପାଇଁ ସବୁଜ ସଂକେତ ମିଳିବ, ଏହା ଉତ୍ପାଦନ ହେବ । ଦେଶରେ ଜରୁରୀକାଳୀନ ଭିତ୍ତିରେ ଟିକା ପହଂଚାଇବା ନେଇ କାମ ହେବ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜିଠାରୁ ଦେଶରେ ଏକ ବଡ଼ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହା ହେଉଛି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ଭାରତର ହେଲଥ କେୟାର ମିଶନ ନୂଆ କ୍ରାନ୍ତି ନେଇ ଅସିବ । ଆପଣଙ୍କୁ କେଉଁ ଡାକ୍ତର କେଉଁ ଔଷଧ ଦେଲେ, ଆପଣଙ୍କର ରିପୋର୍ଟ କଣ ଥିଲା, ଏହାର ତଥ୍ୟ ଗୋଟିଏ ହେଲଥ ଆଇଡିରେ ସଂକଳନ ହୋଇ ରହିବ ।