Sun. Mar 8th, 2026

ପ୍ରଧାନମନ୍ତ୍ରୀଙ୍କ ନାଁରେ ମିଛ ଖବର ପ୍ରଚାର କରି ୪ ଗିରଫ

152 Views

ପାଟକୁରା : ପ୍ରଧାନମନ୍ତ୍ରୀଙ୍କ ନାଁରେ ମିଥ୍ୟା ଅପପ୍ରଚାର କରିବା ୪ ଯୁବକଙ୍କୁ ମହଙ୍ଗା ପ଼ଡିଛି। ମିଛ ଖବର ଭାଇରାଲ କରିବା ଅଭିଯୋଗରେ ଶେଷରେ ବନ୍ଧା ହେଲେ ୪ ଯୁବକ। କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ୍ ସେମାନଙ୍କୁ ଗିରଫ କରିଛି। ପ୍ରଧାନମନ୍ତ୍ରୀଙ୍କୁ କରୋନା ହୋଇଥିବା ନେଇ ଏହି ଯୁବକମାନେ ସୋଶାଲ୍ ମିଡିଆରେ ମିଛ ଖବର ପ୍ରଚାର କରୁଥିଲେ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ଏପରି ସ୍ଥିତିରେ ଦେଶର  ପ୍ରଧାନମନ୍ତ୍ରୀ ବି ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ନେଇ ଏହି ଯୁବକମାନେ ମିଥ୍ୟା ଖବର ଅପପ୍ରଚାର  କରୁଥିଲେ।  ଏପରି ଦ୍ୱାରା ଲୋକେ ଆତଙ୍କିତ ହେଉଥିବା ବେଳେ ସେମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେଉଥିଲା।  ଏହି ଅଭିଯୋଗରେ ପୁଲିସ୍‌ ସେମାନଙ୍କୁ ଗତକାଲି ଗିରଫ କରିଛି।

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ସୋଶାଲ ମିଡିଆରେ କରୋନା ଭାଇସରକୁ ନେଇ ଗୁଜବ ପ୍ରଚାର କରି ଜଣେ ଶିକ୍ଷକ ଗିରଫ ହୋଇଥିଲେ। ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ଏହି ଘଟଣାଟି କଳାହାଣ୍ଡି ଜିଲ୍ଲାରେ ଘଟିଥିଲା।

By amfnews

Related Post