Sun. Mar 8th, 2026

ପ୍ରଧାନମନ୍ତ୍ରୀଙ୍କ ଉପରେ କମ୍ପିଲେ ରାହୁଲ, ମୋଦୀ ଦେଶକୁ ଭାଙ୍ଗି ଘୃଣା ପ୍ରଘଟ କରାଇବା ଶିକ୍ଷା ଦେଉଛନ୍ତି

209 Views

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ପ୍ରସଂଗରେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି କଂଗ୍ରେସର ବରିଷ୍ଠ ନେତା ରାହୁଲ କହିଛନ୍ତି କି କିପରି ଦେଶକୁ ଭାଙ୍ଗାଯାଇ ଘୃଣା ପ୍ରଘଟ କରାଇ ହେବ ତାହା ମୋଦୀଙ୍କଠାରୁ ଶିଖିବା ଉଚିତ।

ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଦିଲ୍ଳୀର ମହାତ୍ମା ଗାନ୍ଧୀ ସ୍ମାରକ ରାଜଘାଟଠାରେ ଠୁଳ ହୋଇଥିବା ବିକ୍ଷୋଭକାରୀଙ୍କୁ ସମ୍ବୋଧନ କରି ସେ ଏପରି କହିଛନ୍ତି। ‘ଏକତା ପାଇଁ ସତ୍ୟାଗ୍ରହ’ ନାମରେ ଏହି ରାଲି ଆୟୋଜିତ ହୋଇଥିଲା। ସେଠାରେ ରାହୁଲ କହିଛନ୍ତି କି ‘ଦେଶକୁ କିପରି ଭଙ୍ଗାଯାଏ ଓ ଘୃଣା ପ୍ରଘଟ କରାଯାଏ ତାହା ତୁମେ ଶିକ୍ଷା ଦେଇଛ। ତୁମେ ସେଥିରେ ପ୍ରଥମ।’ ପୁଣି ଥରେ ପ୍ରଧନମନ୍ତ୍ରୀଙ୍କୁ ରାହୁଲ ତାଙ୍କ ବାକ୍‌ ବାଣରେ ଆକ୍ରମଣ କରି କହିଛନ୍ତି, ‘ ଯାହା ଆମ ଶତ୍ରୁମାନେ କରିପାରି ନାହାନ୍ତି ତାହା ନରେନ୍ଦ୍ର ମୋଦୀଙ୍କ ଦ୍ବାରା ହେଉଛି।’

କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି କି ‘ପ୍ରଧାନମନ୍ତ୍ରୀ ମୋଦୀ ଜବାବ ଦେବା ଉଚିତ କି କାହିଁକି ସେ ଦେଶର ‌ଛାତ୍ରମାନଙ୍କ ସ୍ବରକୁ ଚାପିବାରେ ଲାଗିଛନ୍ତି? କାହିଁକି ଯୁବପିଢ଼ିଙ୍କୁ ଚାକିରି ମିଳୁନାହିଁ?’

ସେ ମୋଦୀଙ୍କୁ ଆକ୍ଷେପ କରି କହିଛନ୍ତି, ‘ଆମ ଦେଶର ଶତ୍ରୁମାନେ ଯୁବପିଢ଼ିଙ୍କ ସ୍ବରକୁ ଚାପିବାକୁ ଚେଷ୍ଟା କରିଥିଲେ। ପ୍ରଗତିକୁ ରୋକିବାକୁ ଚାହିଁଥିଲେ ଓ ଆମ ଶକ୍ତିକୁ ଦୁର୍ବଳ କରିବାକୁ ଚାହିଁଥିଲେ। ମାତ୍ର ଆମ ଦେଶର ଲୋକେ ସେମାନଙ୍କୁ ଅଟକାଇଥିଲେ। ଏବେ ସେହି କାମ ମୋଦୀ କରୁଛନ୍ତି।

By amfnews

Related Post