Mon. Nov 25th, 2024

ପ୍ରଦୂଷଣରେ ଛଟପଟ ହେଲା ଦିଲ୍ଲୀ, ୩ରୁ ୫ ଦିନ ଘର ଭିତରେ ରହିବାକୁ ସିପିସିବିଙ୍କ ପରାମର୍ଶ

By amfnews Dec 24, 2018 #Featured
129 Views

ନୂଆଦିଲ୍ଲୀ, ଡିସେମ୍ବର ୨୪ : ଖ୍ରୀଷ୍ଟମାସ ପୂର୍ବରୁ ଦିଲ୍ଲୀ ଅଣନିଶ୍ୱାସୀ ହୋଇପଡ଼ିଛି । ଲୋକମାନେ ମୁଣ୍ଡ ବୁଲାଇବା, ଆଖି ପୋଡ଼ିବା ଏବଂ କାସ ହେବା ଭଳି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏସବୁର କାରଣ ହେଉଛି ପ୍ରଦୂଷଣ । କାରଣ କିଛି ଦିନ ପରେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ପୁଣି ଥରେ ବଢ଼ି ଯାଇଛି । ଚଳିତ ଋତୁରେ ରବିବାର ଦିଲ୍ଲୀ ସବୁଠାରୁ ଅଧିକ ପ୍ରଦୂଷଣ ଥିଲା । ରବିବାର ସକାଳ ୯ଟାରେ ନେହରୁ ନଗର ଏବଂ ବଜୀରପୁରରେ ପିଏମ ୨.୫ ବଢ଼ିଯାଇ ୧୦୦୦ ଏମଜିଜିଏମ ପହଂଚିଥିଲା । ଏହା ସାଧାରଣ ଠାରୁ ୧୬.୭ ଗୁଣ ଅଧିକ । ଦିପାବଳୀ ପରେ ଏହା ସବୁଠାରୁ ଅଧିକ ପ୍ରଦୂଷଣ ବୋଲି କୁହାଯାଇଛି ।

ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଦୁଇ ଦିନ ହେବ ଧୂଆଁରେ ପରିଣତ ହୋଇଯାଇଛି । ଏହାର ପ୍ରଭାବ ଦୃଶ୍ୟ ଉପରେ ପଡିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଦିଲ୍ଲୀର ପ୍ରଦୂଷଣ ନେଇ ଚିନ୍ତା ପ୍ରକଟକରିଛି । କାରଣ ବଡ଼ଦିନ ଏବଂ ନୂତନ ବର୍ଷରେ ଲୋକେ ବାଣ ଫୁଟାଇବେ । ଏହି କାରଣରୁ ସିପିସିବି ଦିଲ୍ଲୀ-ଏନସିଆରରେ ଗ୍ରୀନ ଫଟାକା ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛି ।

ସିପିସିବି ଲୋକଙ୍କୁ ପରାମର୍ଶ ଦେଇଛି ଯେ, ଲୋକମାନେ ଶ୍ୱାସ ଜନିତ ରୋଗର ସମ୍ମୁଖୀନ ହେଉଛନ୍ତି । ସେମାନେ ଆଗାମୀ ୩ରୁ ୫ ଦିନ ଘର ଭିତରେ ରୁହନ୍ତୁ । ଜରୁରୀ କାମ ପଡ଼ିଲେ ବାହାରକୁ ଯାଆନ୍ତୁ । ଟାସ୍କ ଫୋର୍ସର ଶନିବାର ବୈଠକରେ ଆଇଏମଡି କହିଛି ଆଗାମୀ ୩ରୁ ୫ ଦିନ ମଧ୍ୟରେ ପ୍ରଦୂଷଣ ସ୍ତର ଆହୁରି ଭୟଙ୍କର ହେବ ବୋଲି କହିବା ପରେ ସିପିସିବି ଲୋକଙ୍କୁ ପରାମର୍ଶ ଦେଇଛି । ଛୁଟି ଦିନରେ ଟ୍ରାଫିକ ପୋଲିସ ସଚେତନ ରୁହନ୍ତୁ । ଟ୍ରାଫିକ ଭିଡ ଯେପରି ନହୁଏ, ସେଭଳି ବ୍ୟବସ୍ଥା କରନ୍ତୁ । ବିଶେଷ କରି ଡିଜେଜ ଗାଡ଼ି ଉପରେ ନଜର ରଖନ୍ତୁ ।

By amfnews

Related Post