Sun. Jan 12th, 2025

ପ୍ରଥମ ଶ୍ରେଣୀରେ ପଢାଯାଇ ଥାଏ ସଂସ୍କୃତ, ମୁସଲିମ ଛାତ୍ରଛାତ୍ରୀ ମଧ୍ୟ କରନ୍ତି ଗୀତା ପାଠ

By amfnews Dec 6, 2018 #Featured
198 Views

ଅହମଦାବାଦ, ଡିସେମ୍ବର ୦୬  : ଦେଶରୁ ଧିରେ ଧିରେ ସଂସ୍କୃତ ଭାଷା ଅପସାରିତ ହେବାକୁ ଯାଉଥିବା ବେଳେ ଗୁଜୁରାଟର ଅହମଦାବାଦ ଅଞ୍ଚଳରେ ଏଭଳି ଏକ ବିଦ୍ୟାଳୟ ଅଛି, ଯେଉଁଠାରେ କି ପ୍ରଥମ ଶ୍ରେଣୀରୁ ସଂସ୍କୃତ ଶିକ୍ଷା ଦିଆଯାଉଛି। ବିଗତ ୨୦ ବର୍ଷ ହେବ ନାରୋଲସ୍ଥିତ ଶ୍ରୀ ଅଗ୍ରସେନ ବିଦ୍ୟାମନ୍ଦିରରେ ବିଭିନ୍ନ ଜାତି ଓ ଧର୍ମର ପିଲା ପାଠ ପଢୁଛନ୍ତି।

ଏଠାରେ ପିଲାମାନଙ୍କୁ ଯେତେବେଳେ ସଂସ୍କୃତ ଅଭ୍ୟାସ କରିବାକୁ କୁହାଯାଇଥାଏ, ସେହି ସମୟରେ ଏକ ବିରଳ ଦୃଶ୍ୟ ଦେଖାଯାଇଥାଏ। ଏହି ସ୍କୁଲରେ ମୁସ୍‌ଲିମ ସଂପ୍ରଦାୟର ପିଲାମାନେ ମଧ୍ୟ ଦେବ ଭାଷା ସଂସ୍କୃତ ଶିଖିବା ପାଇଁ ଉତ୍ସାହିତ ଦେଖାଯାଆନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାମାନେ ଗୀତା ପଢ଼ନ୍ତି ଓ ଗୀତାର ଅର୍ଥ ମଧ୍ୟ ବିଶ୍ଲେଷଣ କରିଥାନ୍ତି। ବିଦ୍ୟାଳୟରେ ଶିଖାଯାଉଥିବା ଗୀତାର ଅଷ୍ଟାଦଶ ଶ୍ଳୋକ ହେଉ ଅଥବା ଜନ୍ମାଷ୍ଟମୀରେ କରାଯାଉଥିବା ଗୋ-ପୂଜାର ଅର୍ଥ ପିଲାମାନେ ଅତି ସରଳ ଭାବରେ ବର୍ଣ୍ଣନା କରି ଦେଇଥାନ୍ତି। ଏଠାରେ ପଢୁଥିବା ମୁସଲିମ ସଂପ୍ରଦାୟର ପିଲାମାନଙ୍କର ଅଭିଭାବକମାନେ ମଧ୍ୟ ବିଭିନ୍ନ କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତି।

ଶ୍ରୀ ଅଗ୍ରସେନ ବିଦ୍ୟାମନ୍ଦିରର ୨୦ ବର୍ଷ ପୂର୍ବରୁ ପ୍ରତିଷ୍ଠା କରାଯାଇଥିଲା। ବିଦ୍ୟାଳୟ ଟ୍ରଷ୍ଟି ରମେଶ ଅଗ୍ରଓ୍ଵାଲ କୁହନ୍ତି, ଏହି ସ୍କୁଲର ପ୍ରତିଷ୍ଠା ଦିନ ଠାରୁ ଏଯାଏଁ ଅନେକ ଥର ପାଣ୍ଠିକୁ ନେଇ ଅନେକ ଅସୁବିଧା ଦେଖାଯାଇଛି। ମାତ୍ର କିଛି ସହୃଦୟ ବ୍ୟକ୍ତିଙ୍କ ଦ୍ୱାରା ଦାନ-ଦକ୍ଷିଣା ଯୋଗୁଁ ଯେକୌଣସି ପ୍ରକାରରେ ବିଦ୍ୟାଳୟ ପରିଚାଳନାରେ କୌଣସି ଅସୁବିଧା ହେଉ ନାହିଁ।

ବିଦ୍ୟାଳୟରେ ସଂସ୍କୃତ ପଢ଼ାଯିବାକୁ ନେଇ ରମେଶ ଅଗ୍ରଓ୍ଵାଲ କୁହନ୍ତି, ଏଠାରେ କୌଣସି ବି ପିଲାଙ୍କ ଭେଦଭାବ ପ୍ରଦର୍ଶନ କରାଯାଇ ନଥାଏ। ପ୍ରତ୍ୟେକ ପିଲା ନିଜ ଇଚ୍ଛାରେ ସଂସ୍କୃତ ପାଠ କରିଥାଏ। ମୁସଲିମ ମାତା-ପିତା ମଧ୍ୟ ତାଙ୍କର ପିଲା ପଢୁଥିବା ସଂସ୍କୃତକୁ ବିରୋଧ କରି ନଥାନ୍ତି।

By amfnews

Related Post