Sun. Mar 8th, 2026

ପ୍ରଥମ ଥର ପାଇଁ ସାଉଦି ଆରବ ପ୍ରଦାନ କରିବ ଟୁରିଷ୍ଟ୍‍ ଭିସା

172 Views

ରିୟାଦ  :  ପ୍ରଥମ ଥର ପାଇଁ ଟୁରିଷ୍ଟ୍‍ ଭିସା ପ୍ରଦାନ କରିବ ବୋଲି ଶୁକ୍ରବାର ଦିନ ସାଉଦୀ ଆରବ କହିଛି। ତୈଳ ବ୍ୟତିରେକେ ଅନ୍ୟ ସୂତ୍ରର ରାଜସ୍ୱ ସଂଗ୍ରହ କରିବାର ଏହା ଅନ୍ୟତମ ସୂତ୍ର। ଏଥର ଅତି ରକ୍ଷଣଶୀଳ ରାଜ୍ୟକୁ ପର୍ଯ୍ୟଟକମାନେ ଯାଇ ପାରିବେ।

ତୈଳ-ଯୁଗ ପରେ ସର୍ବବୃହତ୍‌ ଆରବ ଅର୍ଥନୀତି ପ୍ରସ୍ତୁତି ପାଇଁ ଯୁବରାଜ ମହମଦ୍‌ ବିନ୍‌ ସଲ୍‌ମନ୍‌ଙ୍କ ଭିଜନ୍‌ ୨୦୩୦ ସଂସ୍କାର କାର୍ଯ୍ୟକ୍ରମର ପ୍ରଥମ ଉଦ୍ୟମ ହେଉଛି ପର୍ଯ୍ୟଟନ।ପର୍ଯ୍ୟଟନ ମୁଖ୍ୟ ଅହମଦ୍‌ ଅଲ-ଖାତୀବ ଏକ ବିବୃତିରେ କହିଛନ୍ତି: ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କ ପାଇଁ ସାଉଦି ଆରବକୁ ଉନ୍ମୁକ୍ତ କରିବା ଦେଶ ପାଇଁ ଐତିହାସିକ ସମୟ।

ଆମେ ସେୟାର୍‌ କରିବାକୁ ଥିବା ସମ୍ପଦ- ପାଞ୍ଚଟି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ, ଜୀବନ୍ତ ଆଞ୍ଚଳିକ ସଂସ୍କୃତି ଏବଂ ମନୋହର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ପର୍ଯ୍ୟଟକମାନେ ଆଚମ୍ବିତ ହେବେ। ଶନିବାର ଦିନ ସାଉଦି ଆରବ ୪୯ଟି ଦେଶର ନାଗରିକମାନଙ୍କ ନିମନ୍ତେ ଅନ୍‌ଲାଇନ୍‌ ଟୁରିଷ୍ଟ୍‍ ଭିସା ଆବେଦନ ଖୋଲିବ ଖତୀବ କହିଛନ୍ତି।

ଖତୀବ ଆହୁରି କହିଛନ୍ତି କି, ବିଦେଶୀ ମହିଳାମାନଙ୍କ ପାଇଁ ମଧ୍ୟ ସରକାର ଡ୍ରେସ୍‌କୋର୍ଡ କୋହଳ କରିବ। ସାଉଦି ମହିଳାଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଥିବା ଆବାୟା ପରିଧାନ ନ କରିଥିବା ମହିଳାଙ୍କୁ ମଧ୍ୟ ଏଠାକୁ ଆସିବାକୁ ଅନୁମତି ମିଳିବ। କିନ୍ତୁ, ବିଦେଶୀ ମହିଳାମାନେ ମାର୍ଜିତ ପୋଷାକ ପରିଧାନ କରିବା ବାଞ୍ଛନୀୟ।

By amfnews

Related Post