Thu. Nov 7th, 2024

ପ୍ରଥମ ଥର କଶ୍ମୀର ଭ୍ୟାଲିରେ ବିଜେପି ଜିତିଲା ୩ଟି ଆସନ, ମୋଟ ୭୩ଟି ଆସନରେ ବିଜୟୀ

By amfnews Dec 23, 2020 #Featured
163 Views

ଶ୍ରୀନଗର, ଡିସେମ୍ବର ୨୩ : ଜମ୍ମୁ କଶ୍ମୀରରେ ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନର ମତଗଣନା ଫଳାଫଳ ମଙ୍ଗଳବାର ବାହାରିଛି । ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ଥିଲା ପ୍ରଥମ ଥର ପାଇଁ ନିର୍ବାଚନ । ଏହି ନିର୍ବାଚନରେ ବିପୁଳ ପରିମାଣରେ ମତଦାତାଙ୍କ ଅଂଶଗ୍ରହଣ ଥିଲା ।  

ଜମ୍ମୁ-କଶ୍ମୀର ଡିଡିସି ନିର୍ବାଚନରେ ବିଜେପି, କଂଗ୍ରେସ ଓ ପିପୁଲ୍ସ ଏଲାୟନ୍ସ ଫର ପୁପକାର ଡିକ୍ଲେରେଶନ ମଧ୍ୟରେ ହୋଇଥିଲା । ପ୍ରତ୍ୟେକ ଦଳ ନିଜର ବିଜୟ ନେଇ ଦମ୍ଭ ଦେଖାଇଥିଲେ । ବିଜେପିକୁ କଶ୍ମୀର ଭ୍ୟାଲିରେ ୩ଟି ଆସନରେ ବିଜୟ ମିଳିଛି । ସେହିପରି ଏହି ନିର୍ବାଚନରେ ମୋଟ ୭୩ ଆସନରେ ଜିତିଛି ବିଜେପି । ନ୍ୟାଶନାଲ କନଫରେନ୍ସ ଓ ପିପୁଲ୍ସ ଡେମୋକ୍ରେଟିକ ପାର୍ଟି ସମେତ କଶ୍ମୀରର ମୁଖ୍ୟଧ।।ର ସହିତ ଜଡ଼ିତ ୭ଟି ରାଜନୈତିକ ଦଳ ମିଶି ଗୁପକାର ମେଣ୍ଟ ହୋଇଛନ୍ତି ।

ଏହି ନିର୍ବାଚନରେ ୨୮୦ଟି ଆସନ ଲାଗି ୮ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହୋଇଥିଲା ଏବଂ ମୋଟ ୪୧୮୧ ଜଣ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । ଏଥିରେ ପୁରୁଷ ପ୍ରାର୍ଥୀ ୩୭୩୧ ଥିବା ବେଳେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୪୫୦ । ମତଗଣନା ସ୍ଥଳରେ ପାରଦର୍ଶିତା ଲାଗି ପାର୍ଟିମାନଙ୍କର ଏଜେଣ୍ଟକୁ ରଖାଯିବ । ଭିଡିଓ ରେକର୍ଡିଂ ମଧ୍ୟ କରାଯିବାର ବ୍ୟବସ୍ଥା ରହିଛି । ଏହା ବ୍ୟତୀତ କରୋନା ମହାମାରୀକୁ ନେଇ ମଧ୍ୟ ସତର୍କ ରହିଛି ପ୍ରଶାସନ ।  

By amfnews

Related Post