Sat. Mar 7th, 2026

ପ୍ରଥମେ ବୋଲିଂ କରିବ ଭାରତ, ରିଷଭ ପନ୍ତଙ୍କୁ ମିଳିଲା ସୁଯୋଗ

379 Views

ଲଣ୍ଡନ: ଇଂଲଣ୍ଡକୁ ହରାଇ ସେମି ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଥିବା  ଟିମ୍‌ ଇଣ୍ଡିଆ ଆଜିର ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରିବ। ଇଂଲଣ୍ଡ ପାଇଁ ଏହା କର ବା ମର ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଇଂଲିଶ ଟିମ୍‌ ଅଧିନାୟକ ଇଆନ ମୋର୍ଗାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

ଆଜି ଉଭୟ ଦଳରେ ଏକାଧିକ ପରିବର୍ତ୍ତନ ହୋଇଛି। ଟିମ୍‌ ଇଣ୍ଡିଆ ୪ ନଂରେ ବ୍ୟାଟିଂ କରୁଥିବା ବିଜୟ ଶଙ୍କରଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ଦେଇଛି। ତାଙ୍କ ବଦଳରେ ଯୁବ ତାରକା ରିଷଭ ପନ୍ତଙ୍କୁ ସୁଯୋଗ ମିଳିଛି।

ସେହିପରି ଇଂଲଣ୍ଡ ମଧ୍ୟ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଜେମ୍ସ ଭିନ୍‌ସେ ଓ ମୋଇନ୍‌ ଅଲୀଙ୍କ ବଦଳରେ ଜେସନ ରୟ ଓ ଲିଆମ ପ୍ଲଙ୍କେଟଙ୍କୁ ସୁଯୋଗ ଦିଆଯାଇଛି।

ଇଂଲଣ୍ଡ ଏବେ ୭ଟି ମ୍ୟାଚ୍‌ରୁ ୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି। ସେହିପରି ଭାରତ ୬ଟି ମ୍ୟାଚ୍‌ରୁ ୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଆଜି ଇଂଲଣ୍ଡ ପରାସ୍ତ ହେଲେ ସେମିଫାଇନାଲ ଦୌଡ଼ରୁ ଦଳ ବାଦ ପଡ଼ିବ। ଆଜି ଟିମ୍‌ ଇଣ୍ଡିଆ ନୂଆ ଜର୍ସି ଓ ନୂଆ କ୍ୟାପ୍‌ ସହ ପଡ଼ିଆକୁ ଓହ୍ଲାଇବ।

By amfnews

Related Post